ଓଡିଶାଲାଇଭ୍ ବ୍ୟୁରୋ

ରାଉଲକେଲା ସ୍ଵତନ୍ତ୍ର ଜେଲ୍ ଏବେ କରୋନା ହଟ୍‌ସ୍ପଟ୍‌ରେ ପରିଣତ ହୋଇଛି। ଜେଲ୍‌ରୁ ପୁଣି ୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

କରୋନା ଆକ୍ରାନ୍ତମାନଙ୍କୁ ଜେଲ୍‌ରେ ଥିବା ଆଇସୋଲେସନ୍ ଓ୍ଵାର୍ଡରେ ରଖାଯାଇଛି। ସେହିଠାରେ ହିଁ ସେମାନଙ୍କୁ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।ଗତ ମଙ୍ଗଳବାର ଏହି ଜେଲ୍‌ରୁ ୨୦ ଜଣ ଅନ୍ତେବାସୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ବୁଧବାର ଆଉ ୨୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପୂର୍ବରୁ ୨୩ ଜଣ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେଣୁ ୫୪ ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଉଲକେଲା ସ୍ଵତନ୍ତ୍ର ଜେଲ୍‌ରେ ବର୍ତ୍ତମାନ ସୁଦ୍ଧା ୧୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି।BGU

Comment