ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ପୁଣି ଖୋଲିବ ଆରଟିଓ। ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ପରିବହନ କମିସନର। କରୋନା ସମୟରେ ଲୋକମାନଙ୍କୁ ସେବା ଯୋଗାଇଦେବା ପାଇଁ କିଛି ନିର୍ଦ୍ଦିଷ୍ଟ ସର୍ତ୍ତରେ ଆରଟିଓ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ଏଥିସହିତ ଆରଟିଓରେ ମାସ୍କ ପିନ୍ଧିବା, ସାନିଟାଇଜ ହେବା ସହ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରାଯିବ।BGU

କେବଳ ଆରଟିଓ କର୍ମଚାରୀଙ୍କୁ ଅଫିସ ମଧ୍ୟରେ ପ୍ରବେଶ ପାଇଁ ଅନୁମତି ମିଳିବ। ଏତଦ୍ ବ୍ୟତୀତ ଯେଉଁମାନେ ଲର୍ଣ୍ଣିଂ ଡିଏଲ୍ ଏବଂ ଡିଏଲ୍ ପାଇଁ ଆବେଦନ କରିଥିବେ କେବଳ ସେମାନଙ୍କୁ ଅଫିସରେ ପ୍ରବେଶ ପାଇଁ ଅନୁମତି ମିଳିବ। ସର୍ବୋପରି କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ଲୋକଙ୍କ ଗହଳିକୁ ଦୂର କରିବା ପାଇଁ ଡିଏଲ୍ ଟେଷ୍ଟର ଅଧଘଣ୍ଟା ଆଗରୁ ସ୍ଲଟ୍ ଦିଆଯିବ। ଦୈନିକ କେତେ ଡିଏଲ୍ ଟେଷ୍ଟ ହେବ ଏବଂ ସମୟ ସୀମା କ’ଣ ରହିବ ସେନେଇ ସଂପୃକ୍ତ ଅଫିସ୍ ଗାଇଡ଼ଲାଇନ ପ୍ରସ୍ତୁତ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

କରୋନା କଟକଣା ପାଇଁ ଗତ ଜୁଲାଇ ୨୨ ତାରିଖର୍ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଆରଟିଓ ଅଫିସକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ ସର୍ତ୍ତମୂଳକଭାବେ କରୋନା କଟକଣାକୁ ପାଳନ କରି ଅଫିସ୍ ଖୋଲିବାକୁ ଅନୁମତି ଦିଆଯାଇଛି।

Comment