ଓଡ଼ିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲିପ ନାଇଡୁ): ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲା ଏକ ନମ୍ବରରେ ରହିଛି। ଜିଲ୍ଲାରେ କରୋନା ଉପରେ ବ୍ରେକ ଲଗାଇବା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହୁରି ତତ୍ପରତା ଦେଖିବାକୁ ମିଳିଛି। ମଙ୍ଗଳବାର ଜିଲ୍ଲାପାଳଙ୍କ ନେତୃତ୍ୱରେ ବିଡିଓ, ଉପ-ଜିଲ୍ଲାପାଳ ଅନ୍ୟ ଅଧକାରୀମାନେ ମିଳିତ ଭାବେ ଜଟଣୀ ଅଞ୍ଚଳର ବିଭିନ୍ନ ସ୍ଥାନ ପରିଭ୍ରମଣ କରିବା ସହ କରୋନା ସ୍ଥିତି ସର୍ମ୍ପକରେ ତଦାରଖ କରିଛନ୍ତି।BGU

ଜିଲ୍ଲାରେ କିଭଳି ଭାବରେ କରୋନା ସଂକ୍ରମଣ ହ୍ରାସ କରାଯାଇପାରିବ ଓ ସରକାରୀ ଗାଉଡଲାଇନ କିଭଳି ଲୋକେ ପାଳନ କରୁଛନ୍ତି ତାହାର ସମୀକ୍ଷା କରିଛନ୍ତି ଅଧିକାରୀ।

ଏହି ଅଞ୍ଚଳରେ ଲୋକେ କୋଭିଡ ନିୟମାବଳୀ ମାନୁନଥିବା ଅନେକ ଥର ଅଭିଯୋଗ ହେଇଆସୁଛି। କୋଭିଡ କେସ ମଧ୍ୟ ଜିଲ୍ଲାରେ ବଢିବାରେ ଲାଗିଛି। ନିୟମ ମାନୁନଥିବା ଲୋକଙ୍କ ପାଇଁ ଶାସନ ପକ୍ଷରୁ ବ୍ୟାପକ ଚେକିଂ କରାଯିବା ବୋଲି ଜିଲ୍ଲାପାଳ ସନତ କୁମାର ମହାନ୍ତି ସୂଚନା ଦେଇଛନ୍ତି।

Comment