ଓଡ଼ିଶାଲାଇଭ୍ ବ୍ୟୁରୋcorona positive

  • ଦିନକରେ ୭୫,୭୬୦ ଆକ୍ରାନ୍ତ, ୧୦୨୩ ମୃତ
  • ମୋଟ ପଜିଟିଭ୍ ସଂଖ୍ୟା ୩୩,୧୦,୨୩୫କୁ ବୃଦ୍ଧି
  • ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬୦,୪୭୨କୁ ବୃଦ୍ଧି

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୭୫ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଆଜି ୭୫,୭୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ମୋଟ ପଜିଟିଭ୍ ସଂଖ୍ୟା ୩୩,୧୦,୨୩୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୭,୨୫,୯୯୧ଟି ଆକ୍ଟିଭ୍ କେସ୍ ଥିବା ବେଳେ ୨୫,୨୩,୭୭୧ ଜଣ ସୁସ୍ଥ ହୋଇଛନ୍ତି।BGUସେହିପରି ଆଜି ଆଉ ୧୦୨୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬୦,୪୭୨କୁ ବୃଦ୍ଧି ପାଇଛି।

Comment