ଓଡ଼ିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁହୁଡ଼ି ଫାଣ୍ଡି ଅନ୍ତର୍ଗତ କୟଥପଲାର ଏକ କ୍ରସରରେ କାମ କରୁଥିବା ଜଣେ ଶ୍ରମିକଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଶ୍ରମିକଜଣକ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କେଶ ଶ୍ରଦ୍ଧାପୁର ଗ୍ରାମର ମନୋଜ ସାହୁ (୩୦) ବୋଲି ଜଣାପଡ଼ିଛି।

ମନୋଜ ଦୀର୍ଘ ଦିନ ହେଲା କୟଥପଲାର ଉକ୍ତ କ୍ରସରରେ ଶ୍ରମିକ ଭାବେ କାମ କରି ଆସୁଥିଲେ। ବୁଧବାର କିଛି ଲୋକ ମନୋଜଙ୍କୁ ଟାଙ୍ଗୀ ମେଡିକାଲକୁ ଆଣିଥିଲେ। କିନ୍ତୁ ଡାକ୍ତର ସେଠାରେ ମନୋଜକୁ ମୃତ ଘୋଷଣା କରିଥିଲେ।BGUମନୋଜଙ୍କର ଏଭଳି ଆକସ୍ମିକ ମୃତ୍ୟୁରେ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ମନୋଜଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ କୁହୁଡ଼ି ଫାଣ୍ଡି ପୋଲିସ ତନାଘନା ଚଳାଇଥିବା ସୂଚନା ମିଳିଛି।

Comment