ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଣ୍ଡଳିଠାରେ ଜଳ ପ୍ରବାହ ୧୦ ଲକ୍ଷ କ୍ୟୁସେକର ଅତିକ୍ରମ କରିଛି। ଦିନ ୧୨ଟାରେ ମୁଣ୍ଡଳିରେ ଜଳ ପ୍ରବାହ ୧୦,୦୨, ୮୨୩ କ୍ୟୁସେକରେ ପହଞ୍ଚିଛି। ଆହୁରି କିଛି ସମୟ ଏଭଳି ସ୍ତରରେ ଜଳ ପ୍ରଭାବ ହେବ। ଏନେଇ ଟୁଇଟ ଯୋଗେ ଜଳ ସଂପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।BGU

ଅନ୍ୟପଟେ ମୁଣ୍ଡଳିରେ ୧୦ କ୍ୟୁସେକରୁ ଜଳସ୍ତର ଆଉ ବଢ଼ିବନି। ଆସନ୍ତାକାଲି ସକାଳ ଯାଏଁ ଏହି ସ୍ତରରେ ଜଳ ପ୍ରବାହ ହେବ। ତା’ ପରେ ଧୀରେ ଧୀରେ ଜଳ ପ୍ରବାହ କମିବ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିସନର ସୂଚନା ଦେଇଛନ୍ତି।

ହୀରାକୁଦ ଜଳଭଣ୍ଡାରରୁ ଛତିଶଗଡ଼ରୁ ପାଣି ଆସିବା କମି ଯାଇଥିବାରୁ ଜଳସ୍ତର ବଢ଼ିବନି ବୋଲି ଏସ୍‌ଆରସି କହିଛନ୍ତି।

Comment