ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ଶାଖା ବୃତ୍ତଙ୍ଗ ନଦୀ ଜଳରେ ଭାସିଯାଇ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଞ୍ଚଳର ଜଣେ ନାବାଳିକାଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ଟାକରା ପଞ୍ଚାୟତ ବୁରୁସାହିର ପ୍ରମୋଦ ମାଝୀଙ୍କ ୧୩ ବର୍ଷର ଝିଅ ଶ୍ରଦ୍ଧାଜ୍ଞଳି ମାଝି ବୋଲି ଜଣାପଡ଼ିଛି। ଅଗ୍ନିଶମ ବାହୀନି ନଦୀ ଜଳରୁ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି।

ରବିବାର ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ଏହି ଅଘଟଣ ଘଟିଛି। ଗାଁର ଅନ୍ୟ ୩ ଜଣ ସାଥୀଙ୍କ ସହ ଶ୍ରଦ୍ଧାଞ୍ଜଳି ଗାଁ ନିକଟସ୍ଥ ବୃତ୍ତଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ। ୪ ଜଣ ସାଙ୍ଗ ଗାଧୋଇବା ବେଳେ ଖରସ୍ରୋତା ବୃତ୍ତଙ୍ଗ ନଦୀର ବନ୍ୟାଜଳରେ ସମସ୍ତେ ଭାସିଯାଇଥିଲେ।BGUନଦୀ ତୁଠରେ ଥିବା କିଛି ଲୋକ ତୁରନ୍ତ ୩ ଜଣ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ହେଲେ ଶ୍ରଦ୍ଧାଞ୍ଜଳି ଜଳ ସ୍ରୋତରେ ନିଖୋଜ ହୋଇ ଯାଇଥିଲେ। ଦଶପଲ୍ଲାରୁ ଅଗ୍ନିଶମ ବାହୀନି ଆସି ନଦୀରେ ନିଖୋଜ ଶ୍ରଦ୍ଧାଞ୍ଜଳୀଙ୍କୁ ଖୋଜା ଖୋଜି କରିଥିଲେ। ଗାଧୁଆ ତୁଠରୁ ପ୍ରାୟ ୨ କିଲୋମିଟର ଦୂର ନଦୀଗର୍ଭରେ ଥିବା ବୁଦାମୂଳରୁ ଶ୍ରଦ୍ଧାଞ୍ଜଳିଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ଚଳିତବର୍ଷ ବନ୍ୟାଜଳରେ ଭାସିଯାଇ ମୃତ୍ୟୁବରଣ କରିବାରେ ଜିଲ୍ଲାରେ ଏହା ପ୍ରଥମ ଘଟଣା।

Comment