ଓଡ଼ିଶାଲାଇଭ୍ ବ୍ୟୁରୋjio

‘ନୂଆ ଭାରତର ନୂଆ ଜୋଶ୍‌’ (ନୟେ ଇଣ୍ଡିଆ କା ନୟା ଜୋଶ୍‌)କୁ ପାଳନ କରି ପ୍ରତିଟି ଭାରତୀୟଙ୍କ ଘରକୁ ସଶକ୍ତ କରିବା ପାଇଁ ଜିଓ ଫାଇବର୍ ପକ୍ଷରୁ ଏହାର ଟାରିଫ୍ ପ୍ଲାନ୍‌ଗୁଡ଼ିକର ପୁନର୍ବିନ୍ୟାସ କରାଯାଇଛି। ନୂଆ ଜିଓ ଫାଇବର ପ୍ଲାନ୍‌ଗୁଡ଼ିକରେ ରହିଛି ବାସ୍ତବ ଅସୀମିତ ଇଣ୍ଟରନେଟ୍‌, ବେଗର ସମାନତା (ସମାନ ଅପ୍‌ଲୋଡ୍ ବେଗ ଓ ଡାଉନ୍‌ଲୋଡ୍ ବେଗ), ମାସିକ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ପ୍ଲାନ୍‌ସମୂହ ଏବଂ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ୧୨ଟି ଶ୍ରେଷ୍ଠ ପେଡ୍ ଓଟିଟି ଆପ୍‌ର ସବ୍‌ସ୍କ୍ରିପ୍‌ସନ୍ ସୁବିଧା।

ବର୍ତ୍ତମାନ ସମୟରେ ଯେତେବେଳେ ଭରସାଯୋଗ୍ୟ ଇଣ୍ଟରନେଟ୍ ସଂଯୋଗ ଏକ ଆବଶ୍ୟକତାରେ ପରିଣତ ହୋଇଛି, ସେତେବେଳେ ଏହି ନୂତନ ଟାରିଫ୍ ପ୍ଲାନ୍‌ଗୁଡ଼ିକ ଗ୍ରାହକଙ୍କୁ ସର୍ବାଧିକ ସୁଲଭତା ପ୍ରଦାନ କରୁଛି।

ଏ ସମ୍ପର୍କରେ ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନି କହିଛନ୍ତି, “ନିୟୁତାଧିକ ଘରେ ସଂଯୋଗ ପ୍ରଦାନ ସହିତ ଜିଓ ଫାଇବର ଦେଶର ସର୍ବବୃହତ ଫାଇବର୍ ପ୍ରଦାନକାରୀ ହୋଇସାରିଛି, ମାତ୍ର ଭାରତ ଓ ଭାରତୀୟଙ୍କ ପାଇଁ ଆମର ଲକ୍ଷ୍ୟ ବହୁତ ବଡ଼। ଆମେ ଫାଇବରକୁ ପ୍ରତିଟି ଘରେ ପହଞ୍ଚାଇବାକୁ ଏବଂ ପରିବାରର ପ୍ରତିଟି ସଦସ୍ୟଙ୍କୁ ସଶକ୍ତ କରିବାକୁ ଚାହୁଁଛୁ।”ସେ ଆହୁରି କହିଛନ୍ତି, “ଜିଓ ସହିତ ଭାରତକୁ ମୋବାଇଲ ସଂଯୋଗ କ୍ଷେତ୍ରରେ ସର୍ବବୃହତ୍ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶରେ ପରିଣତ କରିବା ପରେ, ଜିଓଫାଇବର୍ ଭାରତକୁ ବିଶ୍ୱରେ ବ୍ରଡ୍‌ବ୍ୟାଣ୍ଡ୍ କ୍ଷେତ୍ରରେ ଅଗ୍ରଣୀ ସ୍ଥାନକୁ ଉନ୍ନୀତ କରିବ। ଏଥିପାଇଁ ୧୬୦୦ରୁ ଅଧିକ ସହର ଓ ନଗରରେ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନ କରାଯିବ। ବିଶ୍ୱରେ ବ୍ରଡ୍‌ବ୍ୟାଣ୍ଡ୍ କ୍ଷେତ୍ରରେ ଭାରତକୁ ଅଗ୍ରଣୀ କରାଇବା ନିମନ୍ତେ ଏହି ଜିଓ ଫାଇବର ଅଭିଯାନରେ ସାମିଲ ହେବା ପାଇଁ ମୁଁ ସମସ୍ତଙ୍କୁ ଆହ୍ୱାନ ଦେଉଛି। ’’

ବିନା ସର୍ତ୍ତରେ ୩୦ ଦିନ ମାଗଣା ପରୀକ୍ଷଣ

ଜିଓ ଫାଇବର ପକ୍ଷରୁ ୩୦ ଦିନିଆ ମାଗଣା ପରୀକ୍ଷଣ ସୁଯୋଗ ପ୍ରଦାନ କରାଯିବ। ଏଥିରେ ନୂଆ ବ୍ୟବହାରକାରୀଙ୍କୁ ୩୦ ଦିନ ପର୍ଯ୍ୟନ୍ତ ୧୫୦ ଏମବିପିଏସ୍ ବେଗର ବାସ୍ତବ ଅସୀମିତ ଇଣ୍ଟରନେଟ, ୪କେ ସେଟ୍ ଟପ୍ ବକ୍ସ ସହିତ ବିନା ଖର୍ଚ୍ଚରେ ୧୦ଟି ଶ୍ରେଷ୍ଠ ଓଟିଟି ଆପ୍‌ର ବ୍ୟବହାର ସୁଯୋଗ ଦିଆଯିବ। ଏଥିସହ ନିଶୁଳ୍କ ଭଏସ୍ କଲିଂ ସୁବିଧା ମଧ୍ୟ ଉପଲବ୍ଧ ହେବ। ଯଦି ସେବା ପସନ୍ଦ ନଆସିବ, ତେବେ ବିନା କୌଣସି ପ୍ରଶ୍ନରେ ତାହା କମ୍ପାନିକୁ ଫେରସ୍ତ ଦିଆଯାଇପାରିବ। ତେବେ ୩୦ ଦିନିଆ ମାଗଣା ପରୀକ୍ଷାମୂଳକ ସେବା କେବଳ ନୂଆ ଗ୍ରାହକମାନଙ୍କ ପାଇଁ ପ୍ରଯୁଜ୍ୟ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଜିଓ ଫାଇବର ସହ ଅନ୍ୟାନ୍ୟ ସୁବିଧା

ହାଇସ୍ପିଡ୍ ଇଣ୍ଟରନେଟ୍

ଏହି ଟାରିଫ୍ ପ୍ଲାନ୍‌ରେ ଜିଓ ଫାଇବର ପକ୍ଷରୁ ହାଇ ସ୍ପିଡ୍ ଇଣ୍ଟରନେଟ୍‌ ପ୍ରଦାନ କରାଯାଉଛି। ଏହା ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଶିକ୍ଷା, କାର୍ଯ୍ୟ, ସ୍ୱାସ୍ଥ୍ୟ ଓ ସପିଙ୍ଗ୍‌ର ଅନୁଭୂତି ପ୍ରଦାନ କରିବ ବୋଲି କୁହାଯାଉଛି।ମନୋରଞ୍ଜନ

ଅନ୍‌-ଡିମାଣ୍ଡ୍ ଭିଡିଓ, ଲାଇଭ୍ ଟିଭି, ସିନେମା ଆଦି ସହିତ ଏହି ପ୍ଲାନ୍ ମନୋରଞ୍ଜନ ଅନୁଭୂତିରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ନେଟଫ୍ଲିକ୍ସ, ଆମାଜନ୍, ଡିଜନି+ ହଟ୍‌ଷ୍ଟାର୍ ପରି ୧୨ଟି ପେଡ୍ ଓଟିଟି ଆପ୍ ବିନା ଅତିରିକ୍ତ ଖର୍ଚ୍ଚରେ ମିଳିବ। ଟିଭିରେ ୟୁଟ୍ୟୁବ୍ ଠାରୁ ଆରମ୍ଭ କରି ନିଜ ମନପସନ୍ଦର ପୁରୁଣା ଟିଭି ସୋ’ଦେଖିବା ପର୍ଯ୍ୟନ୍ତ ଗୋଟିଏ ଆପ୍ ଜିଓ ଟିଭି ପ୍ଲସ୍‌ରେ ସବୁ କିଛି ଉପଲବ୍ଧ ହେବ ।

କଣ୍ଟେଣ୍ଟ୍ ଖୋଜିବା ସହଜ

ଜିଓ ରିମୋଟ୍‌ରେ ଭଏସ୍ ସର୍ଚ୍ଚ ସୁବିଧା ସହିତ କଣ୍ଟେଣ୍ଟ୍‌ର ସର୍ବବୃହତ୍ ଲାଇବ୍ରେରି ମଧ୍ୟରୁ ଖୋଜିବା ସହଜ ହେବ।

ଦୁନିଆ ସହିତ ସଂଯୋଗ

ବିନା ମୂଲ୍ୟରେ ଏଚ୍‌ଡି ଭଏସ୍ କଲିଂ ସହିତ ନିଜର ବନ୍ଧୁ, ପରିବାର ଏବଂ କର୍ମକ୍ଷେତ୍ର ସହ ସମ୍ପର୍କରେ ରହିବାକୁ ଏହି ପ୍ଲାନ୍‌ଗୁଡ଼ିକ ସୁବିଧା ପ୍ରଦାନ କରିବ। ଏଥିସହ ଦୁନିଆର ଯେକୌଣସି ସ୍ଥାନର ଯେକୌଣସି ବ୍ୟକ୍ତିଙ୍କୁ ଭିଡିଓ କଲ୍ ଓ କନଫରେନ୍ସ ମଧ୍ୟ କରାଯାଇପାରିବ।

ୱାର୍କ ଫ୍ରମ ହୋମ୍‌

ଜିଓ ମିଟ୍ ଓ ଭରସାଯୋଗ୍ୟ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ସହିତ ବିନା କୌଣସି ପ୍ରତିମନ୍ଧକରେ ଘରେ ରହି କାର୍ଯ୍ୟ କରାଯାଇପାରିବ।

ହେଲ୍‌ଥ ଆଟ୍ ହୋମ୍‌

ଜିଓ ମିଟ୍ ଓ ଭରସାଯୋଗ୍ୟ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ଆପଣଙ୍କୁ ଘରେ ରହି ଡାକ୍ତରଙ୍କ ସହ ପରାମର୍ଶ କରିବା ଏବଂ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ନିଦାନ କରିବାରେ ସହାୟକ ହେବ

ଗେମ୍ସ ଆଟ୍ ହୋମ୍‌

ଉପଭୋଗ୍ୟ ଗେମିଂ ଅନୁଭୂତି ପାଇଁ ଜିଓ ଗେମସ୍ ଆକର୍ଷଣୀୟ ଗେମିଂ ବିକଳ୍ପ ପ୍ରଦାନ କରୁଛି।

ସେପ୍ଟେମ୍ବର ୧ରୁ ସକ୍ରିୟ ହେଉଥିବା ନୂଆ ଜିଓ ଫାଇବର ଗ୍ରାହକମାନେ ୩୦ ଦିନର ମାଗଣା ପରୀକ୍ଷଣ ସୁବିଧା ପାଇପାରିବେ।BGUଜିଓ ଫାଇବରର ପୁରୁଣା ଗ୍ରାହକଙ୍କୁ ମିଳିବ ଏହି ସୁବିଧା

ସମସ୍ତ ପୁରୁଣା ଜିଓ ଫାଇବର ଗ୍ରାହକମାନେ ନୂଆ ଟାରିଫ୍ ପ୍ଲାନ୍‌ରେ ମିଳୁଥିବା ସବୁ ସୁବିଧା ଓ ଲାଭ ଉପଭୋଗ କରିପାରିବେ। ସେହିପରି ଅଗଷ୍ଟ ୧୫ରୁ ୩୧ ତାରିଖ ମଧ୍ୟରେ ଯେଉଁ ଜିଓ ଫାଇବର ଗ୍ରାହକମାନେ ସାମିଲ ହୋଇଛନ୍ତି ସେମାନେ ମାଇଁ ଜିଓରେ ଏକ ଭାଉଚର ଜରିଆରେ ୩୦ ଦିନିଆ ମାଗଣା ପରୀକ୍ଷଣ ସୁବିଧା ପାଇବେ।

Comment