ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଟାଉନ ଷ୍ଟେସନ ପରିସରରେ ଭିକ୍ଷୁକଙ୍କ ପରି ଦେଖା ଯାଉଥିବା ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏକ ଟ୍ରାଇସାଇକେଲ ନିକଟରେ ଏହି ବ୍ୟକ୍ତିଙ୍କ ମୃତଦେହ ପଡ଼ି ରହିଥିଲା। ଖବର ପାଇ ଟାଉନ ଥାନା ପୋଲିସ ମୃତଦେହ ଜବତ କରିବା ପରେ ଶବ ବ୍ୟବଚ୍ଛେଦ୍ଦ କରିଛି। ମୃତକଙ୍କ ପରିଚୟ ମିଳି ନ ଥିବାରୁ ମୃତଦେହ ନୟାଗଡ଼ ଶବଖାନାରେ ରଖା ଯାଇଥିବା ପୋଲିସ ସୂଚନା ଦେଇଛି।

ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ତାଙ୍କୁ ୬୦ ବର୍ଷ ହେବ ବୋଲି ପୋଲିସ ଅନୁମାନ କରୁଛି। ବ୍ୟକ୍ତିଜଣକ ଗତ ୫ ଦିନ ହେବ ଷ୍ଟେସନ ଆଖ ପାଖ ଅଞ୍ଚଳରେ ବୁଲୁଥିଲେ। ଗତକାଲି ଅପରାହ୍ନରେ ଷ୍ଟେସନ ମାଷ୍ଟରଙ୍କଠାରୁ ଖବର ପାଇ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଜବତ କରା ଯାଇଛି।BGUମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ଟାଉନ ଥାନା ପୋଲିସ ମୃତକଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଛି।

Comment