ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣରେ ଏବେ ଖୋର୍ଦ୍ଧା ଏକ ନମ୍ବର ଜିଲ୍ଲା।

କରୋନା ସଂକ୍ରମଣର ସବୁ ସୀମା ଡେଇଁଗଲା ଖୋର୍ଦ୍ଧା ଜିଲ୍ଲା। ଆଜି ଜିଲ୍ଲାରୁ ୭୨୨  ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ଗଞ୍ଜାମକୁ ପଛରେ ପକାଇ ଖୋର୍ଦ୍ଧା ଏବେ ସଂକ୍ରମିତ ଜିଲ୍ଲା ତାଲିକାର ଟପରେ ପହଞ୍ଚିଯାଇଛି। ଯାହା ଏବେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଯାଇଛି।

ରାଜ୍ୟରେ କରୋନାର ସବୁଠୁ ଅଧିକ ସଂକ୍ରମିତ ଜିଲ୍ଲା ଥିଲା ଗଞ୍ଜାମ। ପ୍ରବାସୀମାନେ ଓଡ଼ିଶା ଫେରିବା ସହିତ ଗଞ୍ଜାମରେ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାକୁ ଲାଗିଥିଲା। ହେଲେ ବର୍ତ୍ତମାନ ଏହି ସଂକ୍ରମଣକୁ ରୋକିବାରେ ଜିଲ୍ଲାପ୍ରଶାସନ ସଫଳ ହୋଇଛି। ଆଜି ସୁଦ୍ଧା ଗଞ୍ଜାମରୁ ମୋଟ ୧୮,୩୪୫ ନୂଆ ପଜିଟିଭ୍ ଚିହ୍ନଟ ହୋଇସାରିଥିବା ରିପୋର୍ଟ ରହିଛି। ହେଲେ ଖୋର୍ଦ୍ଧା ଜିଲ୍ଲାରେ ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ପଜିଟିଭ୍ ସଂଖ୍ୟା ୧୮,୮୮୧କୁ ବୃଦ୍ଧି ପାଇଛି।CORONA POSITIVEସଂକ୍ରମଣରେ ଖୋର୍ଦ୍ଧା ନମ୍ବର

ଏଯାବତ ରାଜ୍ୟରୁ ମୋଟ ୧,୧୩,୪୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮,୮୮୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି ରାଜ୍ୟର ମୋଟ ସଂକ୍ରମିତଙ୍କ ଭିତରୁ ୧୬ ପ୍ରତିଶତରୁ ଅଧିକ।

ସେହିପରି ସକ୍ରିୟ ସଂକ୍ରମିତଙ୍କ ଲିଷ୍ଟରେ ବି ଖୋର୍ଦ୍ଧା ଜିଲ୍ଲା ଏକ ନମ୍ବରରେ ରହିଛି। ଖୋର୍ଦ୍ଧା ଜିଲ୍ଲାରେ ଏବେ ବି ୬୮୫୭ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ଏହାପଛକୁ କଟକ ରହିଛି।BGU

ଭୁବନେଶ୍ୱର ପାଇଁ ସଂକ୍ରମଣ ବଢୁଛି

ଖୋର୍ଦ୍ଧା ଜିଲ୍ଲାରୁ ପ୍ରତିଦିନ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି ଏହାର ସିଂହଭାଗ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାପଡୁଛି। ଭୁବନେଶ୍ୱରରେ ସଂକ୍ରମଣ ଏବେ ପିକ୍ ସମୟରେ ଅଛି ବୋଲି ମଧ୍ୟ ପୂର୍ବରୁ ବିଏମସି କମିସନର କହିସାରିଛନ୍ତି। ତେଣୁ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇବାର ଅସଲ କାରଣ ରାଜଧାନୀ ଭୁବନେଶ୍ୱର ବୋଲି କୁହାଯାଉଛି।

ଖୋର୍ଦ୍ଧା ଜିଲ୍ଲାରେ ଏବେ ୬୮୫୭ ସକ୍ରିୟ ସଂକ୍ରମିତ ରହିଛନ୍ତି। ଏହାଭିତରୁ କେବଳ ଭୁବନେଶ୍ୱରରେ ୪ ହଜାରରୁ ଅଧିକ ଆକ୍ରାନ୍ତ ସକ୍ରିୟ ଅଛନ୍ତି। ତେଣୁ ବିଏମସି ଅଞ୍ଚଳରେ କରୋନାକୁ ରୋକାଯାଇପାରିଲେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇବ ବୋଲି କୁହାଯାଉଛି।

ଟେଷ୍ଟି, ଟ୍ରେସିଂ ଓ ଟ୍ରିଟମେଣ୍ଟ୍ ଉପରେ ଗୁରୁତ୍ୱ

ଖୋର୍ଦ୍ଧା ଜିଲ୍ଲାରେ ବଢୁଥିବା ଏହି ସଂକ୍ରମଣକୁ ରୋକିବାକୁ ହେଲେ ଗଞ୍ଜାମ ଫର୍ମୁଲା ଆପଣାଇବାକୁ ପଡ଼ିବା ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଯେଉଁଭଳି ଭାବେ ସଂକ୍ରମଣ ରୋକିବାକୁ ଅଧିକ ଟେଷ୍ଟିଂ ହେଉଥିବା ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସେଭଳି ହେବା ଉଚିତ୍। ଏଥିସହ କୌଣସି ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହେବା ପରେ ସଠିକ୍ ଭାବେ ତାର କଣ୍ଟାକ୍ଟ ଟ୍ରେସିଂ କରିବା ଦରକାର ଓ ଟ୍ରିଟମେଣ୍ଟକୁ ଗୁରୁତ୍ୱ ମଧ୍ୟ ଦିଆଗଲେ ଖୋର୍ଦ୍ଧାରେ ସଂକ୍ରମଣ କମିବ ବୋଲି ଆଶା କରାଯାଇପାରେ।

Comment