ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କଟକଣା ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ବୁଧବାର ନୟାଗଡ଼ରେ ଦୋକାନ ବଜାର ଖୋଲିଛି। ରାଜ୍ୟ ସରକାର ଅନ୍‌ଲକ୍-୪ ଗାଇଡଲାଇନ୍ ଘୋଷଣା କରିବା ପରେ ସକାଳରୁ ରାତି ପର୍ଯ୍ୟନ୍ତ ଦୋକାନ ଖୋଲା ରହିବା ସହ ଲୋକେ କଟକଣାମୁକ୍ତ କିଣା ବିକା କରିଛନ୍ତି।

ରାଜ୍ୟ ସରକାର ଅନ୍‌ଲକ୍-୪ ଗାଇଡଲାଇନ୍ ଘୋଷଣା କରିବା ପରେ ରାତି କର୍ଫ୍ୟୁ ଉଠାଇ ଦିଆଯାଇଛି। ଏଥିସହ ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍ ମଧ୍ୟ ପ୍ରତ୍ୟାହୃତ ହୋଇଛି। ପରିସ୍ଥିତି ଅନୁଯାୟୀ ଜିଲ୍ଲା କୋଭିଡ୍ ଅଧିକାରୀ କରୋନା ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଛି। ଅନ୍‌ଲକ୍-୪ ଗାଇଡଲାଇନ୍ ଘୋଷଣା ହେବା ପରେ ସ୍ଥାନୀୟ ପ୍ରଶାସନର କୌଣସି ନିଷ୍ପତ୍ତି ବା ଘୋଷଣାକୁ ଅପେକ୍ଷା ନକରି ବ୍ୟବସାୟୀମାନେ ସେପ୍ଟେମ୍ବର ୨ ତାରିଖରୁ ସବୁ ଦୋକାନ ସକାଳୁ ରାତି ପର୍ଯ୍ୟନ୍ତ ଖୋଲା ରଖୁଛନ୍ତି।BGUସେପଟେ ନୟାଗଡ଼ରେ କରୋନା ସଂକ୍ରମଣ କମିବାର ନାଁ ନେଉନାହିଁ। ସେପ୍ଟେମ୍ବର ପହିଲାରେ ଚିହ୍ନଟ ହୋଇଥିବା ୧୨୧ ଜଣ ଆକ୍ରାନ୍ତଙ୍କୁ  ମିଶାଇ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୩ ହଜାର ପାର୍ କରିଛି। ମୃତ୍ୟୁସଂଖ୍ୟା ମଧ୍ୟ ୧୫କୁ ବୃଦ୍ଧି ପାଇଛି। ପ୍ରତିଦିନ ଶତାଧିକ ଲୋକଙ୍କ ରକ୍ତ ନମୁନା ସଂଗ୍ରହ ହେଉଥିବା ବେଳେ ପଜିଟିଭ୍ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଛି।

Comment