ଓଡ଼ିଶାଲାଇଭ୍ ବ୍ୟୁରୋ

ଭୋଡାଫୋନ୍-ଆଇଡିଆର ୧୦୯ ଟଙ୍କିଆ ଓ ୧୬୯ ଟଙ୍କିଆ ପ୍ରିପେଡ୍ ପ୍ଲାନ୍‌ରେ କ’ଣ ସବୁ ସୁବିଧା ରହିଛି ଜାଣନ୍ତୁ।

ଭୋଡାଫୋନ୍-ଆଇଡିଆ ଦିଲ୍ଲୀ ସର୍କଲରେ ଦୁଇଟି ଦମ୍‌ଦାର୍ ପ୍ରିପେଡ୍ ପ୍ଲାନ୍ ଲଞ୍ଚ କରିଛି। ୧୦୯ ଟଙ୍କା ଏବଂ ୧୬୯ ଟଙ୍କା ରିଚାର୍ଜ କରି ଆପଣ ଏହି ଡାଟା ପ୍ଲାନ୍‌ର ସୁବିଧା ପାଇପାରିବେ। ଏଥିରେ ୨୦ ଦିନର ଭାଲିଡିଟି(ବୈଧତା), ଅନ୍‌ଲିମିଟେଡ୍ କଲିଂ ଏବଂ ଡାଟା ସୁବିଧା ଦିଆଯାଉଛି। ଏଥିସହିତ ଭୋଡାଫୋନ୍-ଆଇଡିଆ ପକ୍ଷରୁ ୪୬ ଟଙ୍କିଆ ପ୍ଲାନ୍ ଅଫର୍ ବି ପ୍ରଦାନ କରାଯାଉଛି।

୧୦୯ ଟଙ୍କିଆ ପ୍ରିପେଡ୍ ପ୍ଲାନ୍

ଏହି ପ୍ଲାନ୍‌ରେ ଅନ୍‌ଲିମିଟେଡ୍ ଭଏସ୍ କଲ୍(ଲୋକାଲ୍ ଏବଂ ନ୍ୟାସନାଲ୍) ମିଳୁଛି। ଏଥିସହ ମୋଟ ୧ ଜିବି ଡାଟା ଏବଂ ୩୦୦ ଏସ୍‌ଏମ୍‌ଏସ୍ ସୁବିଧା ଦିଆଯାଉଛି। ତେବେ ପ୍ଲାନ୍‌ଟି ୨୦ ଦିନ ପାଇଁ ଉପଲବ୍ଧ। ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ଜି୫ ସବ୍‌ସ୍କ୍ରିପ୍‌ସନ୍ ଏବଂ ଭୋଡାଫୋନ ପ୍ଲେର ଫ୍ରି ଆକ୍ସେସ୍ ମଧ୍ୟ ମିଳିବ।୧୬୯ ଟଙ୍କିଆ ପ୍ରିପେଡ୍ ପ୍ଲାନ୍‍

ଏହି ପ୍ଲାନ୍‌ରେ ଅନ୍‌ଲିମିଟେଡ୍ ଭଏସ୍ କଲିଂ ମିଳୁଛି। ଏଥିସହ ପ୍ରତିଦିନ ୧ ଜିବି ଲେଖାଏଁ ଡାଟା ଏବଂ ୧୦୦ଟି ଏସ୍‌ଏମ୍‌ଏସ୍‌ ସୁବିଧା ପ୍ରଦାନ କରାଯାଉଛି। ତେବେ ପ୍ଲାନ୍‌ଟି କେବଳ ୨୦ ଦିନ ପାଇଁ ଉପଲବ୍ଧ ହେଉଛି। ଏଥିରେ ଜି୫ ସବ୍‌ସ୍କ୍ରିପ୍‌ସନ୍ ସହିତ ଭୋଡାଫୋନ୍ ପ୍ଲେ ଆକ୍ସେସ୍ ମଧ୍ୟ ଦିଆଯାଉଛି।BGU୪୬ ଟଙ୍କିଆ ପ୍ଲାନ୍

ଏହି ଦୁଇଟି ପ୍ଲାନ୍ ବ୍ୟତୀତ ଦିଲ୍ଲୀ ସର୍କଲରେ ୪୬ ଟଙ୍କିଆ ଏକ ଭାଉଚର ସୁବିଧା ପ୍ରଦାନ କରାଯାଉଛି। ଦିଲ୍ଲୀ ସର୍କଲର ଗ୍ରାହକମାନେ ଚାହିଁଲେ ଏହାକୁ କିଣି ପାରିବେ। ଏହି ୪୬ ଟଙ୍କିଆ ପ୍ଲାନ୍‌ରେ ୧୦୦ ଲୋକାଲ୍ ଅନ୍‌-ନେଟ୍ ନାଇଟ୍ ମିନିଟ୍ ମିଳୁଛି। ଗ୍ରାହକମାନେ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ ମିନିଟ୍‌ର ଫାଇଦା ନେଇପାରିବେ। ୨୮ ଦିନ ପାଇଁ ଏହି ପ୍ଲାନ୍ ଉପଲବ୍ଧ ହେଉଛି। ଏହି ପ୍ଲାନ୍‌କୁ ନିକଟରେ କେରଳରେ ମଧ୍ୟ ଲଞ୍ଚ କରାଯାଇଛି।

Comment