ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲାର ବିଶିଷ୍ଟ ସମାଜସେବୀ, ବରିଷ୍ଠ ସାମ୍ବାଦିକ ତଥା ସାପ୍ତାହିକ ପତ୍ରିକା ‘ଗ୍ରହରାଜ’ର ସଂପାଦକ ହରିହର ମହାପାତ୍ରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ନୟାଗଡ଼ ବ୍ଲକ ଡିଆଁପଡ଼ାସ୍ଥିତ ପୈତୃକ ବାସଭବନରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ସେ ଇହଧାମ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ସେ ଅସ୍ଥି କର୍କଟ ରୋଗରେ ପୀଡ଼ିତ ଥିଲେ।

ସ୍ୱର୍ଗତ ମହାପାତ୍ରଙ୍କ ନିଧନ ଅନେକ ସମାଜସେବୀ, ସାମ୍ବାଦିକ, ସାହିତ୍ୟିକ, ଶିକ୍ଷାବିତ୍, ବୁଦ୍ଧିଜୀବୀ, ରାଜନେତା ଓ ସାଧାରଣ ଲୋକଙ୍କୁ ମର୍ମାହତ କରିଛି। ତାଙ୍କ ମରଶରୀର ଗାଁ ଶ୍ମଶାନରେ ବିଲିନ ହୋଇଛି। ହରିହର ମହାପାତ୍ରଙ୍କ ବିୟୋଗରେ ଜିଲ୍ଲାବାସୀ ଜଣେ ଯୋଗ୍ୟତମ ସନ୍ତାନଙ୍କୁ ହରାଇଥିବା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ ମତ ଦେଇଛନ୍ତି।

ହରିହର ମହାପାତ୍ର ସାମ୍ବାଦିକତା ମାଧ୍ୟମରେ ଅନ୍ୟାୟ ବିରୋଧରେ ଲଢ଼େଇ କରି ନିରୀହ ଓ ଅବହେଳିତଙ୍କ ସ୍ୱାର୍ଥ ରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲେ। ପାହଡ଼ ପର୍ବତ ଅଞଳର ପିଲାଙ୍କୁ ଉଚ୍ଚଶିକ୍ଷାର ସୁବିଧା ଉପଲବ୍ଧ କରାଇବାକୁ ସେ ଦଶପଲ୍ଲା ବ୍ଲକ ଟାକରାଠାରେ ଗତୀକେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ।BGUନୟାଗଡ଼ରୁ ‘ଗ୍ରହରାଜ’ ସାପ୍ତାହିକ ପତ୍ରିକା ଛପାଇ ଲୋକଙ୍କ ଅଭାବ ଅସୁବିଧା, ଦୁଃଖ ଦୁଃର୍ଦ୍ଦଶା ସବୁକୁ ନିର୍ଭିକତାର ସହ ସରକାରଙ୍କ ନିକଟରେ ଉପସ୍ଥାପନ କରିବାରେ ସ୍ଵର୍ଗତ ମହାପାତ୍ରଙ୍କର ରହିଥିଲା ସ୍ୱତନ୍ତ୍ର ନିଶା। ‘ଗ୍ରହରାଜ’ ପତ୍ରିକାର ପ୍ରତିଷ୍ଠାତା ସଂପାଦକ ଭାବେ ସ୍ୱର୍ଗତ ମହାପାତ୍ର ସାମାଜିକ ବ୍ୟବସ୍ଥାରେ ସମାନତା ପାଇଁ ସର୍ବଦା ଚେଷ୍ଠିତ ଥିଲେ।

ରାଜନୀତି କ୍ଷେତ୍ରରେ ମଧ୍ୟ ତାଙ୍କର ଉପସ୍ଥିତି ରହିଥିଲା। ଭାଜପା ଦଳୀୟ ରାଜନୀତିରେ ହରିହର ସକ୍ରିୟ ଭାବେ ଯୋଡ଼ିହୋଇ ରହିଥିଲେ।

Comment