ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆଜି ରାଜ୍ୟରୁ ୩୮୬୧ ପଜିଟିଭ୍
  • କ୍ୱାରେଣ୍ଟାଇନରୁ ୨୨୭୮, ଲୋକାଲ କେସ ୧୫୮୩
  • ଖୋର୍ଦ୍ଧାରୁ ସର୍ବାଧିକ ୭୬୭ ଜଣ

ଆଜି ରାଜ୍ୟରୁ ମୋଟ୍ ୩୮୬୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୨୭୮ ଚିହ୍ନଟ ହୋଇଥିଲା ବେଳେ ୧୫୮୩ ଲୋକାଲ କେସ ରହିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧ ଲକ୍ଷ ୨୭ ହଜାର ୮୯୨କୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିଛି। ଏନେଇ ରାଜ୍ୟ ସୂଚନା ଏବଂ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଖୋର୍ଦ୍ଧାରୁ ସର୍ବାଧିକ ୭୬୭ ଜଣ, କଟକରୁ ୩୮୬ ଜଣ, ଯାଜପୁରରୁ ୨୮୫ ଜଣ, ପୁରୀରୁ ୨୦୦ ଜଣ, ଝାରସୁଗୁଡ଼ାରୁ ୧୯୯ ଜଣ, ବରଗଡ଼ରୁ ୧୭୬ ଜଣ, ରାୟଗଡ଼ାରୁ ୧୫୩ ଜଣ, ମୟୁରଭଞ୍ଜରୁ ୧୨୨ ଜଣ, ଅନୁଗୁଳରୁ ୧୨୦ ଜଣ, ସୋନପୁରରୁ ୧୧୭ ଜଣ, ବାଲେଶ୍ଵରରୁ ୧୦୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଗତ କିଛିଦିନ ଧରି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଫଳରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ପିକ୍‌ରେ ଅଛି। ଏଥିସହ ମୟୁରଭଞ୍ଜ, କଟକ, ପୁରୀ ଆଦି ଜିଲ୍ଲାଗୁଡ଼ିକରେ ମଧ୍ୟ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି।BGUରାଜ୍ୟରେ ଏଯାବତ୍ ୧ ଲକ୍ଷ ୨୭ ହଜାର ୮୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯୬ ହଜାର ୩୬୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ କେସ୍ ରହିଛି ୩୦ ହଜାର ୯୧୯।

Comment