ଓଡ଼ିଶାଲାଇଭ୍ ବ୍ୟୁରୋ

କଟକଣା ସିନା ହଟିଯାଇଛି ମାତ୍ର କରୋନା ଏଯାଏଁ ହଟିନି। ତେଣୁ ଆମକୁ ବ୍ୟକ୍ତିଗତ ସ୍ତରରେ ସଚେତନ ହୋଇ କରୋନା ବିରୁଜଦ୍ଧରେ ଜିତିବାକୁ ପଡ଼ିବ।

  • ମାସ୍କ, ସାମାଜିକ ଦୂରତା ଏବଂ ସ୍ଵାସ୍ଥ୍ୟ ସଚେତନତା ଗୁରୁତ୍ଵପୂର୍ଣ୍ଣ
  • ସଂକ୍ରମଣର କାରଣ ଖୋଜି ନିରାକରଣ କରିବା
  • ସରକାରଙ୍କ ସହ ସହଭାଗୀ ହୋଇ କରୋନାକୁ ଜିତିବା

କରୋନାକୁ ନେଇ ହୋଇଥିବା କଟକଣା ହଟିଯାଇଛି, ମାତ୍ର କରୋନା ଏଯାଏଁ ହଟିନି। ପ୍ରତିଦିନ ରାଜ୍ୟରେ ବଢୁଥିବା ସଂକ୍ରମଣରୁ ଏହା ଲକ୍ଷ୍ୟ କରାଯାଇପାରେ। ଏଣୁ କରୋନାରୁ ବର୍ତ୍ତିବା ପାଇଁ ସରକାରଙ୍କ ସମସ୍ତ କରୋନା ବିରୋଧୀ ନିୟମକୁ ପାଳନ କରିବାକୁ ପ୍ରେସମିଟ୍ ଜରିଆରେ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା।“ଏବେ ରାଜ୍ୟରେ ଦିନକୁ ପ୍ରାୟ ୩,୫୦୦ରୁ ଅଧିକ ଜଣ ସଂକ୍ରମିତ ହେଉଛନ୍ତି। ଏଯାବତ୍ ରାଜ୍ୟରେ ପ୍ରାୟ ୧ ଲକ୍ଷ ୨୪ ହଜାର ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ଟେଷ୍ଟ ବଢୁଛି ବୋଲି କେସ୍ ବଢୁଛି, ମାତ୍ର କରେନା ଆମମାନଙ୍କ ଭିତରେ ଧୀରେ ଧୀରେ ପଶିବାକୁ ଲାଗୁଛି। ଯଦି ଭୂତାଣୁ ନଥାନ୍ତା ତେବେ ଏତେ କେସ୍ ଆସନ୍ତା କେଉଁଠୁ। ଏଥିପାଇଁ ଆମକୁ ନିଜେ ନିଜେ ବ୍ୟକ୍ତିଗତ ସ୍ତରରେ ସଚେତନ ହେବାକୁ ପଡ଼ିବ”, କହିଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ପାଇଁ କରାଯାଇଥିବା ସମସ୍ତ କଟକଣାକୁ ସରକାର ହଟେଇ ଦେଇଛନ୍ତି। ମାତ୍ର କରୋନା ଆମପାଖରୁ ହଟିନି। ଏହା ଆମସମସ୍ତଙ୍କୁ ବୁଝିବାକୁ ପଡ଼ିବ। ଏଣୁ ଆବଶ୍ୟକ ଥିଲେ ହିଁ ଘରୁ ବାହାରକୁ ବାହାରନ୍ତୁ। ମୁଖ୍ୟତଃ ଆମମାନଙ୍କୁ ୩ଟି ଜିନିଷ ଉପରେ ଗୁରୁତ୍ୟ ଦେବାକୁ ପଡ଼ିବ- ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ସଚେତନ ରହିବା।BGUଜୀବନ ସହିତ ଜୀବିକାକୁ ବଞ୍ଚାଇବାକୁ ସରକାର କଟକଣା ହଟାଇଛନ୍ତି। ତେଣୁ ଆମେମାନେ ସରକାରଙ୍କ ସହ ସହଭାଗୀ ହୋଇ ଏହି କରୋନାର ମୁକାବିଲା କରିବାରେ ସାହାଯ୍ୟ କରିବା ଆବଶ୍ୟକ। ଏଥିପାଇଁ ଆମକୁ ବ୍ୟକ୍ତିଗତ ସ୍ତରରେ ସଚେତନ ହେବାକୁ ପଡ଼ିବ ବୋଲି ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା କହିଛନ୍ତି।

LEAVE A REPLY

Please enter your comment!
Please enter your name here