ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଜଣ ଶିକ୍ଷକ ଓ ଜଣେ ଶିକ୍ଷାକର୍ମଚାରୀଙ୍କ ଦେହାନ୍ତରେ ନୟାଗଡ଼ ଶିକ୍ଷକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସ୍ଥାନୀୟ ବ୍ଲକର କାର୍ଯ୍ୟରତ ଶିକ୍ଷକ ଅକ୍ଷୟ ଦଳବେହରା, ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଦେବୀ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବରିଷ୍ଠ କିରାଣୀ ଶୁଭକାନ୍ତ ନାୟକଙ୍କ ନିକଟରେ ଦେହାନ୍ତ ହୋଇଥିଲା। ସେହି ଅମର ଆତ୍ମାର ସମ୍ମାନ ନିମନ୍ତେ ଶିକ୍ଷକ ସଂଘ ପକ୍ଷରୁ ଶ୍ରଦ୍ଧାସୁମନ ପ୍ରଦାନ କରାଯାଇଛି। BGU

ନୟାଗଡ଼ ଏଲିମେଣ୍ଟାରୀ ଶିକ୍ଷକ ସମନ୍ୱୟ ସଂଘ ପକ୍ଷରୁ ଦିବଂଗତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ସ୍ମୃତିଚାରଣ କରାଯାଇଥିଲା। ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା।

ସ୍ମୃତିଚାରଣ ସଭାରେ ଶିକ୍ଷକ ସଂଘ କର୍ମକର୍ତ୍ତା ଶେଖ ଅବଦୁଲ ଖାଲିକ, ଲକ୍ଷ୍ମୀଧର ସାହୁ, ସୁରେଶ ସେଠୀ, ଅଶୋକ ମଲ୍ଲ, ଉମେଶ ସ୍ୱାଇଁ , ଚିତ୍ତରଂଜନ ଦାଶ, ହାଡ଼ିବନ୍ଧୁ ରାଉତ ଆଦି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comment