ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ବିଶିଷ୍ଟ ଯାଦୁଗର ପିଏଲ୍ ସୁନ୍ଦରକାଙ୍କର ପରଲୋକ। ମଙ୍ଗଳବାର ରାତିରେ କଟକସ୍ଥିତ ବାସଭବନରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଯାଦୁକର ସୁନ୍ଦରକାଙ୍କ ଦେହାନ୍ତ ଖବର ଦେଶବିଦେଶର ଅନେକ ଯାଦୁକଳା ପ୍ରିୟ ବ୍ୟକ୍ତିମାନଙ୍କୁ ମର୍ମାହତ କରିଛି।

“ଉତ୍କଳ ଘଣ୍ଟ କବି ଯଦୁମଣିଙ୍କ ପାଇଁ ଇଟାମାଟି ଗାଁ ଯେପରି ଜନମାନସରେ ପରିଚିତ, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଯାଦୁକର ସୁନ୍ଦରକାଙ୍କ ପାଇଁ ମଧ୍ୟ ଜନ୍ମମାଟି ଗୌରବାନ୍ୱିତ ହୋଇଛି। ତାଙ୍କ ବିୟୋଗରେ ନୟାଗଡ଼ ଜିଲ୍ଲା ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଛି”, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ଶିକ୍ଷାବିତ ଅଶୋକ କୁମାର ନାୟକ।BGUନୟାଗଡ଼ ଜିଲ୍ଲା ଇଟାମାଟି ଗ୍ରାମରେ ଜନ୍ମ ହୋଇଥିଲେ ଯାଦୁଗର ପିଏଲ୍ ସୁନ୍ଦରକା। ହାଇସ୍କୁଲରେ ପଢ଼ିଲାବେଳେ ବିଶିଷ୍ଟ ଯାଦୁଗର ପିସି ସରକାରଙ୍କ ଯାଦୁବିଦ୍ୟା ପ୍ରତି ଆକୃଷ୍ଠ ହୋଇଥିଲେ ସୁନ୍ଦରକା। ପରେ ପିସି ସରକାରଙ୍କ ସଂସ୍ପର୍ଶରେ ଆସି ସୁନ୍ଦରକା ଆନ୍ତର୍ଜାତୀୟ ସ୍ତରରେ ନିଜକୁ ଜଣେ ଦକ୍ଷ ଯାଦୁକର ଭାବେ ପ୍ରତିଷ୍ଠା କରିପାରିଥିଲେ।

Comment