ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ସିଏସକେ ଦଳ ପାଇଁ ଆସିଛି ଖୁସି ଖବର। ଦଳର ଦ୍ରୁତ ବୋଲର ଦୀପକ ଚହର କରୋନାରୁ ସୁସ୍ଥ ହୋଇଛନ୍ତି। ଏନେଇ ଚେନ୍ନାଇ ସୁପର କିଙ୍ଗସ୍ ଦଳ ପକ୍ଷରୁ ସୂଚନା ମିଳିଛି।

ଆଇପିଏଲ୍ ଖେଳିବାକୁ ଏବେ ୮ଟି ଯାକ ଦଳ ୟୁଏଇ ଗସ୍ତରେ ଅଛନ୍ତି। ହେଲେ କିଛି ଦିନ ପୂର୍ବେ ଚେନ୍ନାଇ ଦଳର ବହୁ ସଦସ୍ୟ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। ଯାହା ଭିତରେ ଦ୍ରୁତ ବୋଲର ଦୀପକ ଚହର ସାମିଲ ଥିଲେ।BGUକରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗାଇଡଲାଇନ୍ ମୁତାବକ ଚହରଙ୍କୁ ଅଲଗା ହୋଇ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିଥିଲା। ଏହାପରେ ବୁଧବାର ତାଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ଏଥିସହ ସେ କରୋନାରୁ ମୁକ୍ତ ହୋଇଛନ୍ତି। ଖୁବଶୀଘ୍ର ସେ ଦଳ ସହ ଯୋଗଦେବେ ବୋଲି ସୂଚନା ମିଳିଛି।

ସେପ୍ଟେମ୍ବର ୧୯ ତାରିଖରେ ଚେନ୍ନାଇ ଦଳ ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବାକୁ ଯାଉଛି। ଏହି ମ୍ୟାଚରେ ଦୀପକ ଚହର ଦଳରେ ସାମିଲ ହେବେ ବୋଲି ସୂଚନା ମିଳୁଛି।

Comment