ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୃତକଙ୍କ ପିଲାଙ୍କୁ ମାଗଣା ପାଠ ପଢ଼ାଇବାକୁ ନିକଟରେ କିଟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଘୋଷଣା ହୋଇଥିଲା। ଏହି ଘୋଷଣା କ୍ରମେ କିଟ୍‌ରେ ପାଠ ପଢ଼ିବା ପାଇଁ ୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏନେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି।

୮ ଜଣଙ୍କ ମଧ୍ୟରୁ ୩ ଜଣ ଏମ୍‌ବିଏ, ୩ଜଣ ବିଟେକ୍ ଏବଂ ଆଇଟିଆଇ ଓ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଜଣେ ଲେଖାଏଁ ଆବେଦନ କରିଥିଲେ। କିଟର ଘୋଷଣା ଅନୁସାରେ ୮ ଜଣଙ୍କୁ ଏହି ବିଭାଗରେ ଆଡମିସନ ମିଳିବ।BGU

କରୋନା ମୃତକଙ୍କ ପିଲାମାନଙ୍କ ସକାଶେ ଆସନ୍ତା ଶିକ୍ଷାବର୍ଷ ୨୦୨୧-୨୨ ବର୍ଷ ପାଇଁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି କିଟ୍ ପକ୍ଷରୁ ସୂଚନା ଦିଆଯାଇଛି।

Comment