ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଅନ୍‌ଲକ୍‌-୪ରେ କଟକଣାମୁକ୍ତ ଯାତାୟତ ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ ବୋଲି ଅନେକ ଆଶଙ୍କା ବ୍ୟକ୍ତ କରିଛନ୍ତି। ଇତିମଧ୍ୟରେ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୫ ଶହ ପାର୍ ହୋଇଛି। ମୃତ୍ୟୁସଂଖ୍ୟା ବଢ଼ି ୧୬ରେ ପହଞ୍ଚିଛି। ଏପରି ଅବସ୍ଥାରେ ପୂର୍ବ ଅପେକ୍ଷା ଲୋକଙ୍କ ମନରେ କରୋନା ସଂକ୍ରମଣ ପ୍ରତି ଭୟ ବୃଦ୍ଧି ପାଇଛି।

ଶୁକ୍ରବାର ସୁଦ୍ଧା ଜିଲ୍ଲାରେ ୩,୫୮୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨,୯୪୦ ଜଣ ସୁସ୍ଥ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ୧୬ରେ ପହଞ୍ଚିଥିବା ବେଳେ ୬୩୩ ଜଣ ସକ୍ରିୟ ରୋଗୀ ଅଛନ୍ତି। ଏମିତି ଦେଖିଲେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୮୧.୯୨ ପ୍ରତିଶତ ରହିଛି।BGUଲୋକେ ସଂକ୍ରମଣକୁ ନେଇ ଅଧିକ ଭୟ ନକରି କରୋନା ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପରାମର୍ଶ ଦେଇଛି।

Comment