ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ରାଜ୍ୟରେ ଦିନକରେ ସର୍ବାଧିକ ୪,୧୯୮ ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୨,୪୭୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୭୨୨ ଜଣ ଆକ୍ରାନ୍ତ ଚିହ୍ନଟ
  • ମୋଟ କରୋନା ପଜିଟିଭ୍ ସଂଖ୍ୟା ୧,୫୫,୦୦୫କୁ ବୃଦ୍ଧି

ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଗୋଟିଏ ଦିନରେ ସମସ୍ତ ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୪,୧୯୮ ପଜିଟିଭ୍। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୨,୪୭୬ ଜଣ ଆକ୍ରାନ୍ତ ଥିବା ବେଳେ ୧,୭୨୨ଟି ଲୋକାଲ୍ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୩୬୭ ଜଣ, ପୁରୀରୁ ୩୧୦ ଜଣ, ବଲାଙ୍ଗିରରୁ ୧୯୭ ଜଣ, ସୁନ୍ଦରଗଡ଼ରୁ ୧୯୫ ଜଣ, ଯାଜପୁରରୁ ୧୫୬ ଜଣ, କେନ୍ଦ୍ରାପଡ଼ାରୁ ୧୪୩ ଜଣ, ରାୟଗଡ଼ାରୁ ୧୩୬ ଜଣ, ମୟୂରଭଞ୍ଜରୁ ୧୩୩ ଜଣ, ସମ୍ବଲପୁରରୁ ୧୩୦ ଜଣ, ବାଲେଶ୍ଵରରୁ ୧୩୦ ଜଣ, ନୂଆପଡ଼ାରୁ ୧୧୬ ଜଣ ଓ ଅନୁଗୁଳରୁ ୧୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହ କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, ବରଗଡ଼ ଆଦି ଜିଲ୍ଲାରୁ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।BGUଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୧,୫୫,୦୦୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧,୧୮,୬୪୨ ଜଣ ସୁସ୍ଥ ହୋଇଥିବା ବେଳେ ୩୫,୬୭୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Comment