ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇନ ସେବା ପ୍ରାଧିକରଣ ପକ୍ଷରୁ ନୟାଗଡ଼ ଜିଲ୍ଲା କୋର୍ଟ ପରିସରରେ ଗତ ଶନିବାର ଦିନ ମାଇକ୍ରୋ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ୍ୟ ତଥା ଜିଲ୍ଲା ଜଜ୍ ରୁପଶ୍ରୀ ଚୌଧୂରୀଙ୍କ ତତ୍ତ୍ଵାବଧାନରେ ଏହି ଲୋକ ଅଦାଲତ ପରିଚାଳିତ ହୋଇଥିଲା। ଏଥିରେ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଆଦାୟ କରାଯାଇଥିବା ସୂଚନା ମିଳିଛି।

ଏହି ଲୋକ ଅଦାଳତରେ ଜିଲ୍ଳା ଜଜ୍ କୋର୍ଟ ପକ୍ଷରୁ ୬୬ଟି ମାମଲା ଆଗତ ହୋଇଥିଲା। ସେଥିରୁ ୯ଟି ମୋଟର ଯାନ ଦୁର୍ଘଟଣା ବୀମା ସମ୍ବନ୍ଧୀୟ ମାମଲା ଫଇସଲା ହୋଇଥିଲା। ଏହି ମାମଲାଗୁଡ଼ିକରେ କ୍ଷତିପୂରଣ ବାବଦକୁ ମୋଟ ୪୫ ଲକ୍ଷ ୩୦ ହଜର ଟଙ୍କା ପ୍ରଦାନ କରିବାକୁ ଆଦେଶ ଦିଆଯାଇଥିବା ଜଣାପଡ଼ିଛି। ସେହିପରି ପରିବାର ଅଦାଲତ ପକ୍ଷରୁ ୧୬ଟି ପାରିବାରିକ ବିଶୃଙ୍ଖଳା ମାମଲା ବିଚାର କରାଯାଇଥିଲା।BGUଏସ୍‌ଡିଜେଏମ୍ କୋର୍ଟ ପକ୍ଷରୁ ମଧ୍ୟ କେତେକ ବ୍ୟାଙ୍କ ଋଣ ଓ ଚେକ୍ ବାଉନ୍ସ ସମ୍ବନ୍ଧୀୟ ମାମଲାର ବିଚାର କରାଯାଇ ସେଥିରୁ କେତେକ ମାମଲା ଫଇସଲା ହୋଇଥିଲା। ଲୋକ ଅଦାଲତରେ ମୋଟାମୋଟି ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରାଦାନ ପାଇଁ ଅଦାଲତ ଆଦେଶ ପ୍ରାଦାନ କରିଥିଲେ। ଏଥିରେ ସାମିଲ ଥିବା ବିଚାର ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲା ଜଜ୍ ଧନ୍ୟବାଦ ଜଣାଇଥିଲେ।

Comment