ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଣନ୍ତୁ Honor 30i ସ୍ମାର୍ଟଫୋନ୍‌ର ଦାମ୍ ଓ ଫିଚର ବିଷୟରେ…

ଅନ୍ତରାଷ୍ଟ୍ରୀୟ ବଜାରରେ ଲଞ୍ଚ ହୋଇଛି Honor 30i ସ୍ମାର୍ଟଫୋନ୍। ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟ୍‌ଅପ୍ ସହିତ ଆହୁରି ଅନେକ ସୁବିଧା ପ୍ରଦାନ କରାଯାଉଛି। କମ୍ପାନି ପକ୍ଷରୁ କିଛି ସ୍ପଷ୍ଟ ହୋଇନଥିଲେ ମଧ୍ୟ ଖୁବ ଶୀଘ୍ର ଏହା ଭାରତରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି। ତେଣୁ ଜାଣନ୍ତୁ ଏହାର ଦାମ୍ ଓ ଫିଚର ବିଷୟରେ..

ଦାମ୍ ଓ କଲର୍

Honor 30i ସ୍ମାର୍ଟଫୋନ୍‌କୁ ଏବେ ରୁଷରେ ଲଞ୍ଚ କରାଯାଇଛି। ଏହି ଫୋନ୍‌ରେ ୪ ଜିବି ରାମ୍ ଓ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ଉପଲବ୍ଧ ହେଉଛି। ଏହାର ଦାମ୍ ରହିଛି ୧୭,୯୯୦ ରୁଷିୟାନ୍ ରୁବଲ, ଯାହାର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୧୭,୬୦୦ ଟଙ୍କା। କମ୍ପାନି ଏହି ଫୋନ୍‌କୁ ଅଲଟ୍ରାଭାଓଲେଟ୍ ସନ୍‌ସେଟ୍, ସିମରିଙ୍ଗ୍ ଟର୍କ୍ଵାଇଜ୍ ଓ ମିଡନାଇଟ୍ ବ୍ଲାକ୍ ପରି ୩ଟି କଲରରେ ଲଞ୍ଚ କରିଛି।ଫିଚର

ଏହି ସ୍ମାର୍ଟଫୋନ୍‌ରେ ୬.୩ ଇଞ୍ଚର ଫୁଲ୍ HD+ ଡିସ୍‌ପ୍ଲେ ଦିଆଯାଇଛି, ଯାହାକି ୨୪୦୦*୧୦୮୦ ପିକ୍ସେଲ ରିଜୋଲ୍ୟୁସନ ସହିତ ଆସୁଛି। ଏଥିରେ ୪୧୭ ପିପିଆଇ ପିକ୍ସେଲ ଡେନ୍ସିଟିର OLED ଡିସ୍‌ପ୍ଲେ ଦିଆଯାଇଛି।

ଏହି ଫୋନ୍‌ରେ ଅକ୍ଟାକୋର କିରିନ୍ ୭୧୦F SoC ପ୍ରୋସେସର୍ ଦିଆଯାଇଛି। Honor 30i ମ୍ୟାଜିକ୍ ୩.୧ ସହିତ ଆଣ୍ଡ୍ରଏଡ୍ ୧୦ ଅପରେଟିଙ୍ଗ ସିଷ୍ଟମରେ କାମ କରିଥାଏ। ଏଥିରେ ୪ଜିବି ରାମ୍ ସହିତ ୧୨୮ଜିବି ଇଣ୍ଟରନାଲ ଷ୍ଟୋରେଜ୍ ଉପଲବ୍ଧ। ଏହି ସ୍ମାର୍ଟଫୋନ୍‌ର ଓଜନ ୧୭୧.୫ ଗ୍ରାମ ରହିଛି। ଏଥିରେ ଇନ୍ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର ମଧ୍ୟ ଦିଆଯାଇଛି।BGUକ୍ୟାମେରା

ଏହି ସ୍ମାର୍ଟଫୋନ୍‌ରେ ଫଟୋଗ୍ରାଫି ପାଇଁ ୩ଟି ରିୟର କ୍ୟାମେରା ଦିଆଯାଇଛି। ଏହାର ରିୟର କ୍ୟାମେରାରେ f/୧.୮ ଆପର୍ଚର ସହିତ ୪୮ ମେଗାପିକ୍ସେଲର ପ୍ରାଇମେରୀ ସେନ୍ସର ମିଳୁଛି। ଏଥିସର f/୨.୪ ଆପର୍ଚର ସହିତ ୮ ମେଗାପିକ୍ସେଲ ଓ ୨ ମେଗାପିକ୍ସେଲର ଦୁଇଟି ସେନ୍ସର ଦିଆଯାଇଛି। ସେହିପରି ସେଲ୍ଫି ଓ ଭିଡିଓ କଲିଂ ପାଇଁ ଏଥିରେ f/୨.୦ ଆପର୍ଚର ସହିତ ୧୬ ମେଗାପିକ୍ସେଲର ଫ୍ରଣ୍ଟ ସେନ୍ସର ଦିଆଯାଇଛି।

ବ୍ୟାଟେରୀ ଓ କନେକ୍ଟିଭିଟି

Honor 30i ସ୍ମାର୍ଟଫୋନ୍‌ରେ ୪,୦୦୦ ଏମ୍‌ଏଏଚ୍‌ ବ୍ୟାଟେରି ମିଳୁଛି। କନେକ୍ଟିଭିଟି ପାଇଁ ଏଥିରେ ଡୁଆଲ ବ୍ୟାଣ୍ଡ ଓ୍ଵାଇ-ଫାଇ, ଜିପିଏସ୍, ବ୍ଲୁଟୁଥ୍ ଭର୍ସନ ୫.୧ ଦିଆଯାଇଛି।

Comment