ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ଆଜି ପୁଣି ୧୩ ଜଣଙ୍କ ଜୀବନ ନେଇଛି କରୋନା। ଏଥିସହ ମୋଟ କରୋନା ମୃତ୍ୟୁସଂଖ୍ୟା ୬୬୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।ଆଜି ପୁରୀ ଓ ଖୋର୍ଦ୍ଧାରେ ସର୍ବାଧିକ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହ ଗଜପତିରେ ୨ ଜଣ, କଟକ, ବାଲେଶ୍ଵର, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment