ଓଡ଼ିଶାଲାଇଭ୍ ବ୍ୟୁରୋ

  • ମିଳିବ ୪୮ ମେଗାପିକ୍ସେଲର କ୍ଵାଡ୍ କ୍ୟାମେରା
  • ମିଡିଆଟେକ୍ ହିଲିଓ ଜି୮୫ ପ୍ରୋସେସର ଲେନ୍ସ
  • ୧୧,୯୯୯ ଟଙ୍କାରୁ ବିକ୍ରି ଆରମ୍ଭ

ଚାଇନିଜ୍ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ସାଓମି ସେପ୍ଟେମ୍ବର ୧୭ରୁ ଏହାର ନୂଆ ସ୍ମାର୍ଟଫୋନ୍ Redmi Note 9ର ବିକ୍ରି ଆରମ୍ଭ କରିଛି। କମ୍ପାନିର ନିଜସ୍ଵ ଓ୍ଵେବସାଇଟ୍ ଏବଂ ଇ-କମର୍ସ ସାଇଟ୍ ଆମାଜନ୍‌ରେ ଏହି ଫୋନ୍ ବିକ୍ରି ହେଉଛି। ତେବେ ଜାଣି ନିଅନ୍ତୁ ଏହି ଫୋନ୍‌ର ଦାମ୍ ଏବଂ ଫିଚର ବିଷୟରେ..

ଦାମ୍

Redmi Note 9 ଫୋନ୍ ୪ ଜିବି RAM + ୬୪ ଜିବି ROM, ୪ ଜିବି RAM + ୧୨୮ ଜିବି ROM ଓ ୬ ଜିବି RAM + ୧୨୮ ଜିବି ROM ଭେରାଇଟିରେ ଉପଲବ୍ଧ ହେଉଛି। ଏଗୁଡ଼ିକର ଦାମ୍ ଯଥାକ୍ରମେ- ୧୧,୯୯୯, ୧୩,୪୯୯ ଓ ୧୪,୯୯୯ ଟଙ୍କା ରହିଛି।ଅଫର୍

ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡରୁ ଏହି ସ୍ମାର୍ଟଫୋନ୍ କିଣିଲେ ଗ୍ରାହକଙ୍କୁ ୫ ପ୍ରତିଶତ ରିହାତି ମିଳୁଛି। ଏହାଛଡ଼ା ଆମାଜନ୍ ପେ’ରେ କିଣିଲେ ୫୦ ଟଙ୍କା କ୍ୟାସ୍ ବ୍ୟାକ୍ ଦିଆଯାଉଛି। ଏଥିସହ ଏହି ଫୋନ୍‌କୁ ନୋ କାଷ୍ଟ ଇଏମ୍‌ଆଇରେ ମଧ୍ୟ କିଣାଯାଇପାରିବ।

ଫିଚର

ଏହି ସ୍ମାର୍ଟଫୋନ୍‌ରେ ୬.୫୩ ଇଞ୍ଚର ଫୁଲ୍ ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ଦିଆଯାଇଛି। ଏହାର ରିଜୋଲ୍ୟୁସନ୍ ହେଉଛି ୧,୦୮୦*୨,୩୪୦ ପିକ୍ସେଲ। ଏଥିସହ ସ୍କ୍ରିନ୍‌ର ସୁରକ୍ଷା ପାଇଁ କୋନିଙ୍ଗ ଗରିଲା ଗ୍ଲାସ୍ ୫ ଓ ମିଡିଆଟେକ୍ ହିଲିଓ  ଜି୮୫ ପ୍ରୋସେସର ସପୋର୍ଟ ଦିଆଯାଇଛି। ସେହିପରି ଏହି ଫୋନ୍ ଆଣ୍ଡ୍ରଏଡ୍ ୧୦ ଉପରେ ଆଧାରିତ MIUI ୧୧ ଅପରେଟିଂ ସିଷ୍ଟମରେ କାମ କରିଥାଏ।କ୍ୟାମେରା

Redmi Note 9ରେ କ୍ଵାଡ୍ କ୍ୟାମେରା ସେଟ୍ଅପ୍ ମିଳୁଛି। ଏଥିରେ ୪୮ ମେଗାପିକ୍ସେଲର ସାମସଙ୍ଗ ISOCELL ସେନ୍ସର, ୮ ମେଗାପିକ୍ସେଲର ଅଲ୍‌ଟ୍ରା ଓ୍ଵାଇଡ୍ ଲେନ୍ସ, ୨ ମେଗାପିକ୍ସେଲର ମାଇକ୍ରୋ ଲେନ୍ସ ଓ ୨ ମେଗାପିକ୍ସେଲର ଡେପ୍‌ଥ ସେନ୍ସର ଉପଲବ୍ଧ ହେଉଛି। ଏହା ବ୍ୟତୀତ ୧୩ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ଦିଆଯାଇଛି।

ବ୍ୟାଟେରି ଓ କନେକ୍ଟିଭିଟି

ଏହି ସ୍ମାର୍ଟଫୋନ୍‌ରେ ୫,୦୨୦mAh ବ୍ୟାଟେରି ମିଳୁଛି। ଏହା ସହିତ ୨୨.୫ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ଦିଆଯାଇଛି। ସେହିପରି କନେକ୍ଟିଭିଟି ପାଇଁ ଏଥିରେ ୪ଜି VoLTE, ଓ୍ଵାଇ-ଫାଇ, ବ୍ଲୁଟୁଥ୍ ଭର୍ସନ ୫.୦, ଜିପିଏସ୍, ୩.୫ ଏମ୍‌ଏମ୍ ହେଡ୍‌ଫୋନ୍ ଜ୍ୟାକ୍ ୟୁଏସ୍‌ବି ପୋର୍ଟ ଟାଇପ୍ ସି ପରି ଫିଚର ଉପଲବ୍ଧ ହେଉଛି।

Comment