ଓଡ଼ିଶାଲାଇଭ୍ ବ୍ୟୁରୋ

  • କୋଭିଡ୍-୧୯ ନମୁନା ସଂଗ୍ରହ ବୁଥ୍‌ରେ ଅବ୍ୟବସ୍ଥା
  • ପାଣି ଭିତରେ ଚାଲିଛି ନମୁନା ସଂଗ୍ରହ
  • ରୋଗୀ ସୁବିଧାକୁ ଅଣଦେଖା

ନୟାଗଡ଼ ଜିଲ୍ଳା ହସ୍ପିଟାଲ ଭିତରେ କାର୍ଯ୍ୟ କରୁଥିବା କୋଭିଡ୍-୧୯ ନମୁନା ସଂଗ୍ରହ ବୁଥ୍‌ରେ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ବର୍ଷା ହେବାରୁ ଏହି ବୁଥ୍‌ରେ ପାଣିର ସୁଅ ଚାଲିଛି। ତାରି ଭିତରେ ବିଭିନ୍ନ ବର୍ଗର ଲୋକ ଓ ଗୁରୁତର ଅସୁସ୍ଥ ରୋଗୀଙ୍କର କୋଭିଡ୍ ନମୁନା ସଂଗ୍ରହ କରାଯାଉଥିବା ଦେଖିବାକୁ ମିଳିଛି।

ବୁଧବାର ମଧ୍ୟାହ୍ନରେ ଜିଲ୍ଲା ହସ୍ପିଟାଲ କୋଭିଡ୍ ନମୁନା ସଂଗ୍ରହ ବୁଥ୍‌ର ଏହି ଚିତ୍ରକୁ ଦେଖିଲେ କୋଭିଡ୍ ପରିଚାଳନାରେ ବେପରୁଆ ଭାବ ପଦାକୁ ଆସିଛି। କୋଭିଡ୍‌ ନମୁନା ସଂଗ୍ରହ ବୁଥ୍‌ରେ ବର୍ଷା ପାଣି ସୁଅ ଭିତରେ ଲୋକେ ଧାଡ଼ିରେ ଛିଡ଼ା ହୋଇ ପରୀକ୍ଷା କରାଉଥିବା ଦେଖିବାକୁ ମିଳିଛି।ସାମାନ୍ୟ ସନ୍ଦେହ ବା କୋଭିଡ୍ ଲକ୍ଷଣ ଦେଖାଦେଲେ ଲୋକେ ନିଜଆଡ଼ୁ ଡାକ୍ତରଖାନା ଯାଇ ପରୀକ୍ଷା କରାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଫଳରେ ପୂର୍ବ ଅପେକ୍ଷା ଜିଲ୍ଲାରେ କୋଭିଡ୍-୧୯ ନମୁନା ସଂଗ୍ରହ ଓ ପରୀକ୍ଷା ସଂଖ୍ୟା ବଢ଼ିଛି। ଇତିମଧ୍ୟରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇ ୩,୮୭୮ରେ ପହଞ୍ଚିଛି। ଏଥିସହ ୧୯ ଜଙ୍କର ମୃତ୍ୟୁ ହୋଇଥିବା ରେକର୍ଡ ହୋଇଛି।ଏପରି ସମୟରେ କୋଭିଡ୍ ନମୁନା ସଂଗ୍ରହ ବୁଥ୍ ବ୍ୟବସ୍ଥା ଓ ରୋଗୀଙ୍କ ସୁବିଧା ଅସୁବିଧାକୁ ଦୃଷ୍ଟି ଦେବା କଥା। ହେଲେ ପରିଚାଳନାଗତ ତ୍ରୁଟି ଅବା ରୋଗୀ ସୁବିଧାକୁ ଅଣଦେଖା, କୋଭିଡ୍ ନମୁନା ସଗ୍ରହ ବୁଥ୍ ଅବ୍ୟବସ୍ଥାର କାରଣ ପାଲଟିଥିବା ଲୋକେ ଅଭିଯୋଗ କରିଛନ୍ତି।

Comment