ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ରାତିରେ ନୟାଗଡ଼ ଜିଲ୍ଲା ବାଇଶପଲ୍ଲୀ ଅଭୟାରଣ୍ୟ ହାତୀପଲ କରିଡରରେ ପାଟ୍ରୋଲିଂ ଚାଲିଥିବା ସମୟରେ ଚୋରା ଶାଳ କାଠଗଣ୍ଡି ଜବତ ହୋଇଛି। ବନ ବିଭାଗ କର୍ମଚାରୀମାନେ ଦୁଇଟି ସ୍ଥାନରୁ ୯ଟି କାଠଗଣ୍ଡି ଜବତ କରିଛନ୍ତି। ଏଗୁଡ଼ିକର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି।ଗଣିଆଁ ରେଞ୍ଜର ସୋନାଲିଙ୍କ ନେତୃତ୍ୱରେ ଏକ ଦଳ ମରଦାବାଡ଼ି ଓ ଘୁଗୁଡ଼ିପଡ଼ା ଚମ୍ପାଡାଳି ଗାଁ ନିକଟରୁ ଏହି କାଠଗଣ୍ଡିଗୁଡ଼ିକୁ ଜବତ କରିଛନ୍ତି । ସେପଟେ, ମହିପୁର ରେଞ୍ଜ୍ ଜିଗିନିପଡ଼ା ବଡ଼କାଠବାରି ଗାଁରୁ ବାରହା ମାଂସ ଜବତ ହୋଇଛି। ଗାଁର ନିତ୍ୟାନନ୍ଦ ପ୍ରଧାନଙ୍କ ଘରୁ ବାରହା ମାଂସ ଭର୍ତ୍ତି ବ୍ୟାଗ ଓ ଛୁରୀ ଜବତ କରିଛି ବନ ବିଭାଗ। ବନ୍ୟଜନ୍ତୁ ଶିକାର ନିରୋଧ ଆଇନରେ ଅଭିଯୁକ୍ତ ନିତ୍ୟାନନ୍ଦ ପ୍ରଧାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଭାଗ ସୂଚନା ଦେଇଛି।ଜିଲ୍ଲାରେ ବନ୍ୟଜନ୍ତୁ ଶିକାର ଓ ଚୋରା କାଠ କାରବାର ରୋକିବାକୁ କର୍ମଚାରୀ ପାଟ୍ରୋଲିଂ କରୁଛନ୍ତି। କିନ୍ତୁ ବିଭିନ୍ନ ସମୟରେ ଅପରାଧୀମାନେ କର୍ମଚାରୀଙ୍କ ହାତରେ ଧରା ପଡ଼ୁଥିବା ଡିଏଫ୍ ଓ ଏଚ୍‌.ଡି. ଧନରାଜ କରିଛନ୍ତି।

Comment