ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଆଜି ରାଜ୍ୟରେ ପୁଣି ୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬୯୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ବିଭାଗର ତାଜା ତଥ୍ୟ ଅନୁସାରେ ଆଜି ବରଗଡ଼ରେ ସର୍ବାଧିକ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ୬୩ ବର୍ଷୀୟ ପୁରୁଷ ଓ ଜଣେ ୫୫ ବର୍ଷୀୟ ମହିଳା ଅଛନ୍ତି। ସେହିପରି ଭଦ୍ରକ, ବଲାଙ୍ଗିର, ଗଜପତି, ପୁରୀ ଓ ରାୟଗଡ଼ାରେ ଜଣେ ଲେଖାଏଁ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ବୟସ ଯଥାକ୍ରମେ- ୫୨, ୫୫, ୩୭, ୭୩ ଓ ୫୨ ବର୍ଷ ବୋଲି ଜଣାପଡ଼ିଛି।ଏଥିସହ ଆଜି କଟକ ଓ ସମ୍ବଲପୁରରେ ଜଣେ ଲେଖାଏଁ ମହିଳା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେମାନଙ୍କର ବୟସ ଯଥାକ୍ରମେ- ୭୮ ଓ ୬୦ ବର୍ଷ ବୋଲି ସୂଚନା ମିଳିଛି।

ମୃତକମାନେ କରୋନାରେ ଆକ୍ରାନ୍ତ ହେବା ସହ ଡାଇବେଟିସ୍, ହାଇପର୍‌ଟେନ୍‌ସନ୍ ଆଦି ରୋଗରେ ପୀଡ଼ିତ ଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment