ଓଡ଼ିଶାଲାଇଭ୍ ବ୍ୟୁରୋ

Vivo Y20ର ନୂଆ ମଡେଲର ଦାମ୍ ଓ ଫିଚର ବିଷୟରେ ଜାଣନ୍ତୁ।

ଭାରତରେ Vivo Y20ର ଏକ ନୂଆ ମଡେଲ ଲଞ୍ଚ୍ ହୋଇଛି। ଏଥିରେ ୬ଜିବି ରାମ୍ ଦିଆଯାଇଛି। ଏହି ଫୋନ୍ ବ୍ଲୁ ଏବଂ ଓବ୍ସିଡିୟନ୍ ବ୍ଲାକ୍ ପରି ଦୁଇଟି ରଙ୍ଗରେ ଉପଲବ୍ଧ ହେଉଛି। ତେବେ ଆସନ୍ତୁ ଜାଣିବା ଏହି ଫୋନ୍‌ରେ ଆଉ କ’ଣ ସୁବିଧା ମିଳୁଛି..

Vivo Y20 ସ୍ମାର୍ଟଫୋନ୍ ଗତ ମାସରେ ୪ ଜିବି RAM + ୬୪ ଜିବି ROMର ଏକ ସିଙ୍ଗଲ ମଡେଲ ବଜାରକୁ ଆଣିଥିଲା। ଏହାର ଦାମ୍ ରହିଛି ୧୨,୯୯୦ ଟଙ୍କା। ଏହି ମଡେଲ ଓବ୍ସିଡିୟନ୍ ବ୍ଲାକ୍, ଡନ୍ ହ୍ଵାଇଟ୍ କଲର୍‌ରେ ଉପଲବ୍ଧ ହେଉଛି।

ଏବେ ୬ ଜିବି RAM + ୬୪ ଜିବି ROMର ନୂଆ ମଡେଲ ଲଞ୍ଚ କରିବା ପରେ Vivo Y20ର ଦୁଇଟି ରାମ୍ ଓ ଷ୍ଟୋରେଜ୍ ଭେରିଏଣ୍ଟ ହୋଇଯାଇଛି। ନୂଆ ମଡେଲଟି ଆସନ୍ତା ୨୪ ତାରିଖରୁ ବିକ୍ରି ହେବ।

Vivo Y20ର ୬ ଜିବି RAM + ୬୪ ଜିବି ROM ବିଶିଷ୍ଟ ମଡେଲର ଦାମ୍ ରହିଛି ୧୩,୯୯୦ ଟଙ୍କା। ଏହାକୁ Vivo ରିଟେଲ୍ ଷ୍ଟୋର୍‌, Vivo ଇଣ୍ଡିଆ ଇ-ଷ୍ଟୋର ଏବଂ ଅନ୍ୟାନ୍ୟ ପ୍ରମୁଖ ଇ-କମର୍ସ ଷ୍ଟୋର୍‌ଗୁଡ଼ିକରେ ବିକ୍ରି କରାଯିବ।Vivo Y20ର ଏହି ନୂଆ ମଡେଲରେ ଆଣ୍ଡ୍ରଏଡ୍ ୧୦ର FunTouch OS ୧୦.୫, ୬.୫୧ ଇଞ୍ଚ HD+ (୭୨୦*୧,୬୦୦ ପିକ୍ସେଲ) IPS ଡିସପ୍ଲେ, ୬ ଜିବି RAM ମିଳିବ। ଏଥିସହ କ୍ଵାଲକମ୍ ସ୍ନାପ୍‌ଡ୍ରାଗନ୍ ୪୬୦ ପ୍ରୋସେସର, ୧୩MP ପ୍ରାଇମେରୀ କ୍ୟାମେରା ସହିତ ଟ୍ରିପଲ ରିୟର କ୍ୟାମେରା ସେଟ୍‌ଅପ୍ ଓ ୮MPର ଫ୍ରଣ୍ଟ କ୍ୟାମେରା ମଧ୍ୟ ଉପଲବ୍ଧ। ସେହିପରି ଏଥିରେ ୫,୦୦୦mAhର ବ୍ୟାଟେରି ଓ ୧୮ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ମିଳିବ।

Comment