ଓଡ଼ିଶାଲାଇଭ୍ କରୋନା ବ୍ୟୁରୋcorona case

  • ଦିନକରେ ୯୨,୬୦୫ ଆକ୍ରାନ୍ତ, ୧,୧୩୩ ମୃତ
  • ମୋଟ କରୋନା ପଜିଟିଭ୍ ସଂଖ୍ୟା ୫୪,୦୦,୬୨୦କୁ ବୃଦ୍ଧି
  • ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୮୬,୭୫୨କୁ ବୃଦ୍ଧି

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଆଜି ଗୋଟିଏ ଦିନରେ ପୁଣି ୯୨ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଲକ୍ଷ ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୨,୬୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ କରୋନା ପଜିଟିଭ୍ ସଂଖ୍ୟା ୫୪,୦୦,୬୨୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୪୩,୦୩,୦୪୩ ଜଣ ସୁସ୍ଥ ହୋଇଥିବା ବେଳେ ୧୦,୧୦,୮୨୪ଟି ଆକ୍ଟିଭ୍ କେସ୍ ରହିଛି।ସେହିପରି ଆଜି ୧,୧୩୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୮୬,୭୫୨କୁ ବୃଦ୍ଧି ପାଇଛି।

Comment