ଓଡ଼ିଶାଲାଇଭ୍ ବ୍ୟୁରୋ

‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ’ରେ କ୍ରିକେଟ ଖେଳନ୍ତୁ ଆଉ ଜିତନ୍ତୁ ଆକର୍ଷଣୀୟ ପୁରସ୍କାର।

  • ଜିଓର ନୂଆ ଆଇପିଏଲ୍ ଅଫର୍ – ‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍‌’
  • ଖେଳ ଦେଖିବା ସହ କ୍ରିକେଟ୍ ଖେଳିବାର ସୁଯୋଗ
  • ‘ଡେଲି ରିୱାର୍ଡ’ ବ୍ୟବସ୍ଥାରେ ମିଳିବ ବିଭିନ୍ନ ପୁରସ୍କାର
  • ‘ଷ୍ଟିକର ଚାଟ୍‌’ ମାଧ୍ୟମରେ ମନ ପସନ୍ଦ ଦଳକୁ ଉତ୍ସାହିତ କରିପାରିବେ

ଫଟାଫଟ୍ କ୍ରିକେଟ ମହାକୁମ୍ଭ ଆଇପିଏଲ୍ ଆରମ୍ଭ ହୋଇଯାଇଛି। ଏଥି ସହିତ ଜିଓ ପକ୍ଷରୁ ଆରମ୍ଭ ହୋଇଛି ‘ଜିଓ କ୍ରିକେଟ୍ ପ୍ଲେ-ଏଲଙ୍ଗ୍‌’, ଯେଉଁଥିରେ ଖେଳ ଦେଖିବା ସହ କ୍ରିକେଟ ପ୍ରେମୀମାନେ ନିଜେ ଖେଳରେ ସାମିଲ୍ ହୋଇ ଆକର୍ଷଣୀୟ ପୁରସ୍କାର ଜିତିପାରିବେ। ଏଥିସହ ‘କ୍ରିକେଟ୍ ପ୍ଲେ-ଏଲଙ୍ଗ’ ମାଧ୍ୟମରେ ସେମାନେ ମ୍ୟାଚ୍ ପୂର୍ବ (ପ୍ରି-ମ୍ୟାଚ୍‌) ପ୍ରଶ୍ନ କାର୍ଯ୍ୟକ୍ରମ, ପୋଲ୍‌, କ୍ୱିଜ୍ ଇତ୍ୟାଦିରେ ଭାଗ ନେଇପାରିବେ।

ସେହିପରି ଏହି ଖେଳ କାର୍ଯ୍ୟକ୍ରମ  ଓ ‘ଷ୍ଟିକର ଚାଟ୍‌’ ମାଧ୍ୟମରେ ସେମାନେ ନିଜ ପସନ୍ଦର ଦଳକୁ ଉତ୍ସାହିତ କରିପାରିବେ। ଏଥିସହିତ ଖେଳର ସ୍କୋର, ମ୍ୟାଚ୍ ସାରଣୀ, ଫଳାଫଳ ଏବଂ ଅନ୍ୟାନ୍ୟ ସୁବିଧା ପାଇପାରିବେ।‘ଡେଲି ରିୱାର୍ଡ’ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମରେ ଭାଗ ନେଉଥିବା ପ୍ରତିଯୋଗୀମାନେ ପ୍ରତିଦିନ ପୁରସ୍କାର ଲାଭ କରିବାର ସୁଯୋଗ ରହିଛି। ସେମାନେ ‘ଡେଲି ଚାଲେଞ୍ଜ’କୁ ସମ୍ପୂର୍ଣ୍ଣ କରି ଘରକୁ ବମ୍ପର୍ ପୁରସ୍କାର ମଧ୍ୟ ନେଇପାରିବେ।

ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ‘ଡେଲି ଚାଲେଞ୍ଜ’ ସେକ୍ସନ୍‌ରେ ବମ୍ପର୍ ପ୍ରାଇଜ୍ ଟାଇଟଲ୍ ସମ୍ପର୍କରେ ସୂଚନା ଦିଆଯିବ। ତେଣୁ ଚଳିତ କ୍ରିକେଟ ସିଜିନ୍‌ରେ ଉପଭୋକ୍ତାମାନେ ଘରେ ସୁରକ୍ଷିତ ରହି ‘ଜିଓ କ୍ରିକେଟ୍ ପ୍ଲେ-ଏଲଙ୍ଗ୍’ ମାଧ୍ୟମରେ ଅନେକ ପୁରସ୍କାର ଜିତିପାରିବେ।ମାଇ ଜିଓ ଆପ୍‌ର ଜିଓ ଏନ୍‌ଗେଜ୍ ସେକ୍ସନ୍‌ରେ ‘ଜିଓ କ୍ରିକେଟ୍ ପ୍ଲେ-ଏଲଙ୍ଗ୍’ ଗେମ୍ ଉପଲବ୍ଧ ହେଉଥିବା ବେଳେ ଏହାକୁ ଗୁଗଲ ପ୍ଲେ-ଷ୍ଟୋର ଏବଂ ଆପଲ ଆପ୍ ଷ୍ଟୋରରୁ ଡାଉନ୍‌ଲୋଡ୍ କରାଯାଇପାରିବ। ଉଭୟ ଜିଓ ଉପଭୋକ୍ତା ଏବଂ ଅଣ ଜିଓ ଉପଭୋକ୍ତାମାନେ ଏହି ଗେମ୍ ଖେଳିବାର ସୁଯୋଗ ପାଇପାରିବେ।

Comment