ଓଡ଼ିଶାଲାଇଭ୍ ବ୍ୟୁରୋ

ଭୋଡାଫୋନ୍ ଆଇଡିଆ(VI)ର ନୂଆ ପ୍ରିପେଡ୍ ପ୍ଲାନ୍‌ଗୁଡ଼ିକରେ କ’ଣ ସବୁ ସୁବିଧା ରହିଛି ଜାଣନ୍ତୁ…

ଭୋଡାଫୋନ୍ ଆଇଡିଆ(VI) କମ୍ପାନି ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଦମ୍‌ଦାର୍ ପ୍ରିପେଡ୍ ପ୍ଲାନ୍ ଲଞ୍ଚ୍ କରାଯାଇଛି। ଏହି ପ୍ଲାନ୍‌ଗୁଡ଼ିକର ଦାମ୍ ୩୫୫ ଟଙ୍କାରୁ ଆରମ୍ଭ ହୋଇ ୨,୫୯୫ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ସବୁ ପ୍ଲାନ୍‌ରେ ଫ୍ରି କଲିଂ ଓ ଡାଟା ସମେତ OTT ଆପ୍‌ର ବି ସୁବିଧା ପ୍ରଦାନ କରାଯାଉଛି। ତେବେ ଜାଣନ୍ତୁ କେଉଁ ପ୍ଲାନ୍‌ରେ କେଉଁ ସୁବିଧା ମିଳୁଛି।

୩୫୫ ଟଙ୍କିଆ ପ୍ଲାନ୍

Viର ୩୫୫ ଟଙ୍କିଆ ପ୍ଲାନ୍‌ରେ ୫୦ଜିବି ଡାଟା ମିଳୁଛି। ଏହି ପ୍ଲାନ୍ ୨୮ ଦିନ ପାଇଁ ଉପଲବ୍ଧ ହେଉଛି। ତେବେ ଏହି ପ୍ଲାନ୍‌ରେ କଲିଂ ସୁବିଧା ଦିଆଯାଇନାହିଁ। ଏହି ପ୍ଲାନ୍‌ରେ ବର୍ଷେ ପାଇଁ ଜି୫ ପ୍ରିମିୟମ୍ ସବ୍‌ସ୍କ୍ରିପ୍‌ସନ୍ ମିଳିବ। ୪୦୫ ଟଙ୍କିଆ ପ୍ଲାନ୍

ଏହାର ୪୦୫ ଟଙ୍କିଆ ପ୍ଲାନ୍‌ ୨୮ ଦିନ ପାଇଁ ଉପଲବ୍ଧ ହେଉଛି। ଏଥିରେ ୯୦ ଜିବି ଡାଟା, ଅନ୍‌ଲିମିଟେଡ୍ ଭଏସ୍ କଲିଂ ମିଳୁଛି। ଏଥିସହ ଅନ୍‌ଲିମିଟେଡ୍ ଭଏସ୍ କଲିଂ ସୁବିଧା ବି ପ୍ରଦାନ କରାଯାଉଛି।

ସେହିପରି ଏହି ପ୍ଲାନ୍‌ରେ MPL ଗେମ୍‌ ଖେଳିବା ପାଇଁ ୧୨୫ ଟଙ୍କା କ୍ୟାସ୍ ବୋନସ୍ ଓ ଜୋମାଟୋରେ ପୂରା ୭୫ ଟଙ୍କା ରିହାତି ମିଳୁଛି। ଏହି ପ୍ଲାନ୍‌ରେ ବର୍ଷେ ପାଇଁ ଜି୫ ପ୍ରିମିୟମ୍ ସବ୍‌ସ୍କ୍ରିପ୍‌ସନ୍ ମିଳିବ।୫୯୫ ଟଙ୍କିଆ ପ୍ଲାନ୍

Viର ୫୯୫ ଟଙ୍କିଆ ପ୍ଲାନ୍‌ରେ ଦୈନିକ ୨ ଜିବି ଡାଟା, ଅନ୍‌ଲିମିଟେଡ୍ ଫ୍ରି କଲିଂ  ଓ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ସୁବିଧା ଦିଆଯାଉଛି। ଏଥିସହ ଗ୍ରାହକମାନଙ୍କୁ ଜୋମାଟୋ ଓ MPL ପାଇଁ ଆକର୍ଷଣୀୟ ଅଫର୍ ବି ମିଳିବ। ଏଥିରେ ମଧ୍ୟ ବର୍ଷେ ପାଇଁ ଜି୫ ପ୍ରିମିୟମ୍ ସବ୍‌ସ୍କ୍ରିପ୍‌ସନ୍ ମିଳିବ। ଏହି ପ୍ଲାନ୍‌ ୫୬ ଦିନ ପାଇଁ ଉପଲବ୍ଧ।

୭୯୫ ଟଙ୍କିଆ ପ୍ଲାନ୍‌

Viର ୭୯୫ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକଙ୍କୁ ଅନ୍‌ଲିମିଟେଡ୍ ଫ୍ରି କଲିଂ, ଦୈନିକ ୨ ଜିବି ଡାଟା ଓ ୧୦୦ ଏସ୍‌ଏମ୍‌ଏସ୍ ମିଳିବ। ଏଥିସହ ଜୋମାଟୋ ଏବଂ MPL ଅଫର୍ ମଧ୍ୟ ପ୍ରଦାନ କରାଯିବ। ଏହି ପ୍ଲାନ୍‌ ୮୪ ଦିନ ପାଇଁ ଉପଲବ୍ଧ ହେଉଛି। ଏଥିରେ ବର୍ଷେ ପାଇଁ ଜି୫ ପ୍ରିମିୟମ୍ ସବ୍‌ସ୍କ୍ରିପ୍‌ସନ୍ ମିଳିବ।୨,୫୯୫ ଟଙ୍କିଆ ପ୍ଲାନ୍

Vi ଲଞ୍ଚ୍ କରିଥିବା ପ୍ରିପେଡ୍ ପ୍ଲାନ୍‌ଗୁଡ଼ିକ ମଧ୍ୟରୁ ୨,୫୯୫ ଟଙ୍କିଆ ପ୍ଲାନ୍‌ ହେଉଛି ଲଙ୍ଗ୍ ଟର୍ମ ପ୍ଲାନ୍। ଏହି ପ୍ଲାନ୍ ଏକ ବର୍ଷ ପାଇଁ ଉପଲବ୍ଧ। ଏଥିରେ ଗ୍ରାହକଙ୍କୁ ଦୈନିକ ୨ ଜିବି ଡାଟା ଓ ୧୦୦ ଏସ୍‌ଏମ୍‌ଏସ୍, ଫ୍ରି କଲିଂ ସୁବିଧା ମିଳିବ। ସେହିପରି ଏଥିରେ MPL ଓ ଜୋମାଟୋ ଅଫର୍ ମଧ୍ୟ ଦିଆଯିବ। ଉପରୋକ୍ତ ସମସ୍ତ ପ୍ଲାନ୍ ପରି ଏଥିରେ ମଧ୍ୟ ବର୍ଷେ ପାଇଁ ଜି୫ ପ୍ରିମିୟମ୍ ସବ୍‌ସ୍କ୍ରିପ୍‌ସନ୍ ମିଳିବ।

Comment