ଓଡ଼ିଶାଲାଇଭ୍ ବ୍ୟୁରୋ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ୍ ଆବେଦନ ଶୁଣାଣି ଘୁଞ୍ଚିଲା। ମୁମ୍ବାଇ ହାଇକୋର୍ଟ ଏହି ଜାମିନ୍ ଆବେଦନର ଶୁଣାଣି ଆସନ୍ତା ସେପ୍ଟେମ୍ବର ୨୯କୁ  ଘୁଞ୍ଚାଇ ଦେଇଛନ୍ତି। ସେତେ ପର୍ଯ୍ୟନ୍ତୁ ଦୁଇ ଭାଇ ଭଉଣୀଙ୍କୁ ଜେଲ୍ ହାଜତରେ ରହିବାକୁ ପଡ଼ିବ।

ଡ୍ରଗ୍ସ ଲିଙ୍କ୍ ମାମଲାରେ ଗତ ସେପ୍ଟେମ୍ବର ୯ ତାରିଖରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରିୟାଙ୍କୁ ଗିରଫ କରିଥିଲା। ଏହାପରଠାରୁ ସେ ଜେଲରେ ରହିଛନ୍ତି। ଜେଲରୁ ମୁକୁଳିବା ପାଇଁ ଗତ ସେପ୍ଟେମ୍ବର ୨୨ ତାରିଖରେ ରିୟା ହାଇକୋର୍ଟରେ ଆବେଦନ କରିଥିଲେ। ହେଲେ ଏହାର ଶୁଣାଣି ଆଜି ଘୁଞ୍ଚିଯାଇଛି।ରିୟା ନିଜ ଆବେଦନର କହିଛନ୍ତି ଯେ, ସେ ନିର୍ଦ୍ଦୋଷ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତାଙ୍କ ଉପରେ ମିଥ୍ୟା ଆରୋପ ଲଗାଉଛି। ତେଣୁ ତାଙ୍କୁ ଜାମିନ୍ ଦେବା ପାଇଁ ସେ କୋର୍ଟକୁ ଅନୁରୋଧ କରିଛନ୍ତି। ଏଥିସହ ସୁଶାନ୍ତ ସିଂହ ରାଜପୁତ ନିଜେ ନିଶା ସେବନ କରୁଥିଲେ କିନ୍ତୁ ସେ କୌଣସି ପ୍ରକାର ନିଶା ସେବନ କରୁନଥିଲେ ଏପରିକି ତାଙ୍କ ପାଖରୁ ଏନସିବି କୌଣସି ମାଦକ ଦ୍ରବ୍ୟ ପାଇନାହିଁ। ହେଲେ ତାଙ୍କୁ ଏନଡିପିସି ଅଧିନିୟମର ଧାରା ୨୭ ଅନୁଯାୟୀ ଫସାଯାଉଛି ବୋଲି ରିୟା କହିଛନ୍ତି।

 

Comment