ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼କୁ ପୁଣି ଫେରିଲା ସଟଡାଉନ। ସହରରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ନୟାଗଡ଼ ସହରକୁ ୨ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି। ମଙ୍ଗଳବାର ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଅନଲକ ୪ରେ କରୋନା କଟକଣା କୋହଳ ହେବାପରେ ନୟାଗଡ଼ରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହି ବଢୁଥିବା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ସହରକୁ ଆସନ୍ତା ସୋମବାର ଏବଂ ମଙ୍ଗଳବାର ସଂପୂର୍ଣ୍ଣ ବନ୍ଦ ରଖିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଏହି ସମୟରେ କେବଳ ଔଷଧ ଦୋକାନଗୁଡ଼ିକୁ ଖୋଲିବାପାଇଁ ଅନୁମତି ଦିଆଯିବ।

ଏହି ଦୁଇ ଦିନରେ ପୁରା ସହରକୁ ବିଶୋଧନ କରାଯିବ। ମଙ୍ଗଳବାର ନୟାଗଡ଼ ସହର ବଣିକ ସଂଘ ସହ ଆଲୋଚନା ପରେ ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି।

Comment