ଓଡ଼ିଶାଲାଇଭ୍ ବ୍ୟୁରୋ

ଭୋଡାଫୋନ୍ ଆଇଡିଆ(VI)ର ମାଗଣା ଡାଟା ଅଫର୍ ବିଷୟରେ ଜାଣନ୍ତୁ…

ଭୋଡାଫୋନ୍ ଆଇଡିଆ(VI) ଏବେ ନିଜ ଗ୍ରାହକଙ୍କ ପାଇଁ ନେଇଆସିଛି ଦମ୍‌ଦାର୍ ଅଫର୍। ଭାରତରେ ଦ୍ରୁତ ବ୍ୟବସାୟ ପାଇଁ ଲକ୍ଷ୍ୟ ରଖିଥିବା ଏହି କମ୍ପାନି ନିଜ ପୁରୁଣା ଗ୍ରାହକମାନଙ୍କୁ ପୁଣିଥରେ ନିଜ ସହ ଯୋଡ଼ିବାକୁ ପ୍ରୟାସ ଆରମ୍ଭ କରିଛି। ଏହି ଗ୍ରାହକମାନେ ନିଜ ଫୋନ୍‌ରେ ଭୋଡାଫୋନ୍‌ ସିମ୍ ରଖିଛନ୍ତି ସତ ମାତ୍ର ତାହାକୁ ବ୍ୟବହାର କରୁନାହାନ୍ତି। କମ୍ପାନି ଏହି ଗ୍ରାହକମାନଙ୍କ ପାଇଁ ଏବେ ମାଗଣା ଡାଟା ଅଫର୍ ନେଇଆସିଛି।ଭୋଡାଫୋନ୍‌ ଆଇଡିଆ ଏହାକୁ ଏକ ପ୍ରମୋସନାଲ୍ ଅଫର୍ ଭାବେ ଲଞ୍ଚ କରିଛି। ଏହି ଅଫର୍‌ରେ ମାଗଣା ୧ଜିବି ଡାଟା ପ୍ରଦାନ କରାଯାଉଛି। ତେବେ ଏହି ଡାଟା କେବଳ ୭ ଦିନ ପାଇଁ ଉପଲବ୍ଧ ହେଉଛି। ଅର୍ଥାତ୍ ୭ ଦିନ ଭିତରେ ଏହି ଡାଟା ବ୍ୟବହାର ନକଲେ ତାହାକୁ ପରେ ଆଉ ବ୍ୟବହାର କରାଯାଇପାରିବ ନାହିଁ।ଭୋଡାଫୋନ୍‌ ଆଇଡିଆ ନିଜ ଗ୍ରାହକମାନଙ୍କୁ ପ୍ରିପେଡ୍ ପ୍ଲାନ୍‌ରେ ମଧ୍ୟ ଅନେକ ଆକର୍ଷଣୀୟ ସୁବିଧା ପ୍ରଦାନ କରୁଛି। ଏହାର ସବୁ ପ୍ରିପେଡ୍ ଓ ପୋଷ୍ଟପେଡ୍ ପ୍ଲାନ୍‌ରେ MPL କ୍ୟାସ୍ ଓ ଜୋମାଟୋରେ ରିହାତି ମିଳୁଛି।ତେବେ ପୁରୁଣା ଗ୍ରାହକଙ୍କୁ ନିଜ ସହ ଯୋଡ଼ିବା ପାଇଁ କମ୍ପାନି ଆହୁରି ଅନେକ ଅଫର୍ ଭେଟି ଦେବ ବୋଲି ଆଶା କରାଯାଉଛି।

Comment