ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଚୀନ୍ ମଧ୍ୟରେ ଗତ କିଛି ଦିନ ଧରି ଲଗାତାର ଭାବେ ସୀମା ବିବାଦ ଦେଖିବାକୁ ମିଳିଛି। ଚୀନ୍ ଏଲଏସି ଅଞ୍ଚଳରେ ବିପୁଳ ସୈନ୍ୟ ନିଯୁକ୍ତ କରୁଥିବାବେଳେ ଭାରତ ମଧ୍ୟ ପଛରେ ପଡିନି। ଏସବୁ ମଧ୍ୟରେ ଭାରତ ଏଲଏସି ଅଞ୍ଚଳରେ ନିଜର ଶକ୍ତି ବୃଦ୍ଧି ପାଇଁ  ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ନିର୍ଭୟ କ୍ରୁଜ୍ ମିସାଇଲ’କୁ ନିଯୁକ୍ତ କରିଛି।

ଏହି ମିସାଇଲ ପ୍ରତିପକ୍ଷରୁ ମାତ୍ ଦେବାରେ ବେଶ ଧୁରନ୍ଧର। ଏହା ୧ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖୁଛି। ସୀମାରେ ନିର୍ଭୟ କ୍ରୁଜ୍ ମିସାଇଲ ନିଯୁକ୍ତ ହେବା ଦ୍ୱାରା ଭାରତର ଶକ୍ତି ବୃଦ୍ଧି ହେବ ବୋଲି କୁହାଯାଉଛି। ଏହି ମିସାଇଲର କ୍ଷମତା ଆମେରିକାର ପ୍ରସିଦ୍ଧ ଟାମହାକ୍ ମିସାଇଲ୍ ସହ ସମାନ। ଏହା ଶତ୍ରୁପକ୍ଷକୁ ମୃତ୍ୟୁ ମୁହଁକୁ ଠେଲିବାରେ ବେଶ୍ ସିଦ୍ଧହସ୍ତ। ଏହାର ପରୀକ୍ଷଣ ପ୍ରଥମେ ମାର୍ଚ୍ଚ ୧୨ ତାରିଖ ୨୦୧୩ ମସିହାରେ ହୋଇଥିଲା।

ଶକ୍ତିଶାଳି ଏହି ନିର୍ଭୟ କ୍ରୁଜ୍ ମିସାଇଲର ଲମ୍ବ ୬ ମିଟର ହୋଇଥିବାବେଳେ ଏହାର ଓସାର ୦.୫୨  ମିଟର। ଆକାଶମାର୍ଗରେ ଏହା ଖୁବ କ୍ଷୀପ୍ରଗତିରେ ଉଡ଼ିବାକୁ ମଧ୍ୟ ସକ୍ଷମ। ଏହାର ଓଜନ ପାଖାପାଖି ୧୫୦୦ କିଲୋଗ୍ରାମ ହୋଇଥିବାବେଳେ ଏହା ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ନିର୍ମାଣ କରାଯାଇଛି।

Comment