ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ବନ ବିଭାଗ ଦଶପଲ୍ଲା ଗଣିଆଁ ଓ ମହିପରୁ ବନାଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ଚୋରା କାଠ ଜବତ କରିଛି। ଗତ ୨ ଦିନ ମଧ୍ୟରେ ହୋଇଥିବା ଚଢ଼ାଉରୁ ବନ ବିଭାଗକୁ ଏହି ସଫଳତା ମିଳିଛି। ଏନେଇ ଡିଏଫ୍‌ଓ ଧନରାଜ ଏଚ୍‌ଡି ସୂଚନା ଦେଇଛନ୍ତି।

ବନ ବିଭାଗ ପକ୍ଷରୁ ହୋଇଥିବା ଚଢ଼ାଉରେ ୧୫ଟି କାଠ ଗଣ୍ଡି ଓ ମୁଲ୍ୟବାନ ଶାଳ, ସାଗୁଆନ ଓ ଗମ୍ଭାରୀ କାଠରେ ତିଆରି ୧୭ଟି ଚୋରା ଖଟ ଜବତ ହୋଇଛି।ପୁରୁଣା ଦଶପଲ୍ଲା ନିଳଚନ୍ଦ୍ର ଟିମ୍ବର ଡିପୋରେ ବେଆଇନ ଭାବେ ମହଜୁଦ ଥିବା ୮୦ ସିଏଫଟି ଶାଳ କାଠ ସାଇଜ୍ ବଜତ କରା ଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି।

ଏପରି ଅଚାନକ ଚଢ଼ାଉରେ ମହିପୁର ବନାଞ୍ଚଳ ପଲ୍ଲଭା ସଂରକ୍ଷିତ ଜଙ୍ଗଲରୁ ୭ଟି ମୂଳ୍ୟବାନ ଶାଳ କାଠ ଗଣ୍ଡି ଜବତ ହୋଇଥିଲା। ଗଣିଆଁ ମର୍ଦ୍ଦାବାଡ଼ି ଓ ଦଶପଲ୍ଲା ଆଦି ଅଞ୍ଚଳରୁ ୮ଟି କାଠ ଗଣ୍ଡି ଜବତ ହୋଇଛି। ଏଥିରେ ପୃଥକ ପୃଥକ ମାମଲା ରୁଜୁ କରାଯାଇଛି।ଏହି ଚଢ଼ାଉରେ ନୟାଗଡ଼ ଏସିଏଫ୍ ସ୍ୱେତାଲୀନ ସାହୁ, ଗଣିଆଁ ରେଞ୍ଜର ସୋନାଲୀ ସାଇଓ, ଦଶପଲ୍ଲା ରେଞ୍ଜର ନିଖିଲେଶ ମଲ୍ଲିକଙ୍କ ସହ ଫରେଷ୍ଟର ବନମାଳୀ ରାଉତ, ଯୋଗେନ୍ଦ୍ର ସ୍ୱାଇଁ ଓ ସନ୍ତୋଷ ଡୋରା ସାମିଲ ଥିଲେ। ଏମାନଙ୍କୁ ବିଭାଗୀୟ ସ୍କ୍ୱାର୍ଡ ସହଯୋଗ କରିଥିଲେ।

Comment