ଓଡ଼ିଶାଲାଇଭ୍ ବ୍ୟୁରୋ

Redmi 9A ସ୍ମାର୍ଟଫୋନର ଦାମ୍ ଓ ଫିଚର ବିଷୟରେ ଜାଣନ୍ତୁ।

ସାଓମି ନିଜ ନୂଆ ସ୍ମାର୍ଟଫୋନ Redmi 9Aର ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୨୯ ମଧ୍ୟାହ୍ନ ୧୨ଟାରୁ ଆମାଜନ୍ ଓ ସାଓମିର ଅଫିସିଆଲ୍ ଓ୍ଵେବସାଇଟ୍‌ରେ ଏହି ଫୋନ ବିକ୍ରି କରାଯାଉଛି। ଏହାକୁ ଚଳିତ ମାସ ଆରମ୍ଭରେ ଲଞ୍ଚ୍ କରାଯାଇଥିଲା। ତେବେ ଆସନ୍ତୁ ଜାଣିବା ଏଥିରେ କ’ଣ ସବୁ ସୁବିଧା ମିଳୁଛି।

ଫିଚର ଓ ଦାମ୍

ସାଓମିର ଏହି ସ୍ମାର୍ଟଫୋନରେ ଡୁଆଲ ନାନୋ ସିମ୍ ମିଳୁଛି। ଏହି ଫୋନ୍ ଆଣ୍ଡ୍ରଏଡ୍ ୧୦ ବିଶିଷ୍ଟ MIUIରେ ଚାଲୁଛି। ଏଥିରେ ୬.୫୩ ଇଞ୍ଚ୍‌ର HD+ (୭୨୦*୧,୬୦୦ ପିକ୍ସେଲ) LCD ଡଟ୍ ଡ୍ରପ୍ ଡିସ୍‌ପ୍ଲେ ଦିଆଯାଇଛି। ଏହି ଫୋନ୍ ୬,୭୯୯ ଟଙ୍କାରେ ବିକ୍ରି ହେଉଛି।

ଷ୍ଟୋରେଜ୍

ଏଥିରେ ୩ ଜିବି ରାମ୍ ସହିତ ଅକ୍ଟା-କୋର୍ ମିଡିଆଟେକ୍ ହେଲିଓ ଜି୨୫ ପ୍ରୋସେସର ମିଳୁଛି। ଏହି ଫୋନରେ ୩୨ ଜିବି ଇଣ୍ଟରନାଲ୍ ମେମୋରି ଦିଆଯାଇଛି। ଏହାକୁ ୫୧୨ ଜିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ।

କ୍ୟାମେରା

ଫଟୋଗ୍ରାଫି ପାଇଁ Redmi 9Aରେ ୧୩MPର ସିଙ୍ଗଲ ରିୟର କ୍ୟାମେରା ଦିଆଯାଇଛି। ସେହିପରି ସେଲ୍ଫି ପାଇଁ ଏଥିରେ ୫MPର ଫ୍ରଣ୍ଟ କ୍ୟାମେରା ମିଳୁଛି।ବ୍ୟାଟେରି ଓ କନେକ୍ଟିଭିଟି

ଏହି ସ୍ମାର୍ଟଫୋନ୍‌ରେ ୫,୦୦୦mAhର ବ୍ୟାଟେରି ଦିଆଯାଇଛି। ଏହା ସହିତ ୧୦ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ମିଳୁଛି। କନେକ୍ଟିଭିଟି ପାଇଁ ଏଥିରେ ୪ଜି LTE, ଓ୍ଵାଇ-ଫାଇ, ୩.୫mmର ଏକ ଅଡିଓ ଜ୍ୟାକ୍ ଓ ମାଇକ୍ରୋ ୟୁଏସ୍‌ବି ପୋର୍ଟ ସପୋର୍ଟ ଦିଆଯାଉଛି।

Comment