ଓଡ଼ିଶାଲାଇଭ୍ ବ୍ୟୁରୋ

ଡ୍ରଗ୍ସ କେସରେ ଛନ୍ଦି ହୋଇଥିବା ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ କୋର୍ଟରୁ ପୁଣି ନିରାଶ ହେବାକୁ ପଡ଼ିଛି। ବମ୍ବେ ହାଇକୋର୍ଟ ଆଜି ରିୟାଙ୍କ ଜାମିନ ଆବେଦନର ଶୁଣାଣି କରିଛନ୍ତି। ଏଥିରେ ରିୟା ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଆସନ୍ତା ଅକ୍ଟୋବର ୨୦ ପର୍ଯ୍ୟନ୍ତ ଜେଲ ହାଜତରେ ରହିବେ କୋର୍ଟ ରାୟ ଶୁଣାଇଛନ୍ତି।

ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ବେଳେ ଏଥିରେ ଡ୍ରଗ୍ସ କାରବାର ଘଟଣା ସାମନାକୁ ଆସିଥିଲା। ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏହାର ତଦନ୍ତ କରିବା ସହ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କୁ ଗିରଫ କରିଥିଲା।

ସେପ୍ଟେମ୍ବର ୯ ତାରିଖରୁ ରିୟା ମୁମ୍ବାଇର ଭାୟକଲା ଜେଲରେ ରହିଛନ୍ତି। ସେ ବାରମ୍ବାର ନିଜର ଜାମିନ୍ ପାଇଁ ଆବେଦନ କରିଥିଲେ ମଧ୍ୟ କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିନାହାନ୍ତି।

Comment