ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କର କେବେ ନା କେବେ ଫୋନ୍ ହ୍ୟାଙ୍ଗ୍ ହୋଇଥିବ ନିଶ୍ଚୟ। କମ୍ ଷ୍ଟୋରେଜ୍‌ବିଶିଷ୍ଟ ଫୋନ୍‌ରେ ଅଧିକ କାମ ଏବଂ ପ୍ରୋସେସର ଦୁର୍ବଳ ଥିଲେ ଏହି ସମସ୍ୟା ହୋଇଥାଏ। ଆମେ ଆଜି ଆପଣଙ୍କୁ ଏଭଳି କିଛି ସ୍ମାର୍ଟଫୋନ୍ ବିଷୟରେ ଜଣାଇବୁ ଯେଉଁଥିରେ ୧୨୮ ଜିବି ଷ୍ଟୋରେଜ୍ ଦିଆଯାଉଛି। ସବୁଠୁ ଖାସ୍ କଥା ହେଉଛି ଏହି ସ୍ମାର୍ଟଫୋନ୍‌ଗୁଡ଼ିକ ୧୦ ହଜାର ଟଙ୍କାରୁ କମ୍ ମୂଲ୍ୟରେ ଉପଲବ୍ଧ ହେଉଛି। ତେବେ ଆସନ୍ତୁ ଜାଣିବା ସେହି ସ୍ମାର୍ଟଫୋନ୍ ବିଷୟରେ..

ରେଡ୍‌ମି ୯

ଏହି ଫୋନ୍‌ରେ ୪ ଜିବି ରାମ୍ ଓ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ମିଳୁଛି। ଏହି ଫୋନ୍‌ର ଦାମ୍ ରହିଛି ୯,୯୯୯ ଟଙ୍କା।

ଏହି ଫୋନ୍‌ରେ ୬.୫୩ ଇଞ୍ଚ୍‌ର ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ଦିଆଯାଉଛି। ଏଥିରେ ମିଡିଆଟେକ୍ ହିଲିଓ ଜି୩୫ ପ୍ରୋସେସର୍ ରହିଛି। ରେଡ୍‌ମି ୯ ର ୧ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍‌ବିଶିଷ୍ଟ ଆଉ ଏକ ଭେରାଇଟି ମଧ୍ୟ ଉପଲବ୍ଧ ହେଉଛି। ଷ୍ଟୋରେଜ୍‌କୁ ମେମୋରି କାର୍ଡ ଜରିଆରେ ୫୧୨ ଜିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏହି ଫୋନ୍‌ରେ MIUI12 ମିଳୁଛି।ରେଡ୍‌ମି ୯ର କ୍ୟାମେରା ଓ ବ୍ୟାଟେରି

ଏହି ସ୍ମାର୍ଟଫୋନ୍‌ରେ ଡୁଆଲ ରିୟର କ୍ୟାମେରା ସେଟ୍‌ଅପ୍ ରହିଛି। ଏହି ଦୁଇ କ୍ୟାମେରା ଯଥାକ୍ରମେ ୧୩ MP ଓ ୨ MP ବିଶିଷ୍ଟ। ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସପୋର୍ଟ ମଧ୍ୟ ଦିଆଯାଇଛି। ଏହି ଫୋନ୍‌ରେ ୫ MPର ଫ୍ରଣ୍ଟ କ୍ୟାମେରା ମିଳୁଛି।

ଏଥିରେ ୫,୦୦୦ mAhର ବ୍ୟାଟେରି ମିଳୁଛି। ସେହିପରି ୩୦ ଘଣ୍ଟା ପର୍ଯ୍ୟନ୍ତ ଭିଡିଓ ପ୍ଲେବ୍ୟାକ୍ ସପୋର୍ଟ ରହିଛି। ଏହାଛଡ଼ା ୪ଜି, ଓ୍ଵାଇଫାଇ, ଭିଓ ଓ୍ଵାଇଫାଇ, ଜିପିଏସ୍ ଏବଂ ୩.୫ ଏମ୍‌ଏମ୍‌ର ହେଡ୍‌ଫୋନ୍ ଜ୍ୟାକ୍ ଦିଆଯାଉଛି।ରେଡ୍‌ମି ୯ଆଇ

୧୨୮ ଜିବି ଷ୍ଟୋରେଜ୍ ଦେଉଥିବା ଦ୍ଵିତୀୟ ବେଷ୍ଟ ଫୋନ୍ ହେଉଛି ରେଡ୍‌ମି ୯ଆଇ। ଏଥିରେ ଆପଣଙ୍କୁ ୪ ଜିବି ରାମ୍ ଓ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ମିଳିବ। ଏହାର ମୂଲ୍ୟ ରହିଛି ୯,୨୯୯ ଟଙ୍କା। ସେହିପରି ଆଉ ଏକ ଭେଟାଇଟିରେ ୪ଜିବି ରାମ୍ ସହିତ ୬୪ ଜିବି ଷ୍ଟୋରେଜ୍ ମିଳୁଛି। ଏହାର ଦାମ୍ ରହିଛି ୮,୨୯୯ ଟଙ୍କା।

ଫିଚର

ଏହି ଫୋନ୍‌ରେ ଡୁଆଲ ସିମ୍ ସପୋର୍ଟ ରହିଛି। ଏଥିରେ ଆଣ୍ଡ୍ରଏଡ୍ ୧୦ର MIUI 12 ଦିଆଯାଇଛି। ଏହାଛଡ଼ା ୬.୫୩ ଇଞ୍ଚ୍‌ର ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ମିଳୁଛି। ସେହିପରି ଏଥିରେ ମିଡିଆଟେକ୍ ହିଲିଓ ଜି୨୫ ପ୍ରୋସେସର୍ ଦିଆଯାଇଛି।କ୍ୟାମେରା ଓ ବ୍ୟାଟେରି

ରେଡ୍‌ମି ୯ଆଇରେ ସିଙ୍ଗଲ ରିୟର କ୍ୟାମେରା ସେଟ୍‌ଅପ୍ ରହିଛି ଯାହାକି ୧୩ MPର। ସେଲ୍ଫି ପାଇଁ ଏଥିରେ ୫ MPର ଫ୍ରଣ୍ଟ କ୍ୟାମେରା ରହିଛି।ଏହି ଫୋନ୍‌ରେ ୫,୦୦୦ mAhର ବ୍ୟାଟେରି ସହିତ ୧୦ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳୁଛି। କନେକ୍ଟିଭିଟି ପାଇଁ ଏଥିରେ ଭିଓ ଓ୍ଵାଇଫାଇ, ୪ଜି, VoLTE, ବ୍ଲୁଟୁଥ୍, ଜିପିଏସ୍ ଓ ମାଇକ୍ରୋ ୟୁଏସ୍‌ବି ପୋର୍ଟ ଦିଆଯାଇଛି।

Comment