ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ସହରରେ ବୁଧବାର ବନ୍ୟପ୍ରାଣୀ ସପ୍ତାହ ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ସହରରେ ଏକ ସଚେତନତା ସାଇକେଲ ଶୋଭାଯାତ୍ରା ପରିକ୍ରମା ହୋଇଥିଲା। ଜିଲ୍ଲାପାଳ ପୋମା ଟୁଡ଼ୁ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।

ପ୍ରାକୃତିକ ସମ୍ପଦ ରକ୍ଷା କରିବା ସହିତ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ଲୋକେ ସଚେତନ ରହିବା ପାଇଁ ବନ୍ୟପ୍ରାଣୀ ସପ୍ତାହ ଉତ୍ସବ ପାଳିତ ହୋଇଛି। ଏନେଇ ଅନୁଷ୍ଠିତ ଶୋଭାଯାତ୍ରାରେ ବନ୍ୟପ୍ରାଣୀ ସୁରକ୍ଷା ସଂପର୍କରେ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା।

ବନ୍ୟପ୍ରାଣୀ ସୁରକ୍ଷା ସଚେତନତା ସାଇକେଲ ରାଲିରେ ଏସ୍‌ପି ପ୍ରତ୍ୟୁଷ ଦିବାକର, ଡିଏଫ୍‌ଓ ଏଚ୍ ଡି ଧନରାଜ୍‌, ଏଡିଏମ୍ ବିଧାନ ଚନ୍ଦ୍ର ରାୟ, ବନ୍ୟପ୍ରାଣୀ ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତାଙ୍କ ସମେତ ଅନ୍ୟ କେତେକ ଅଧିକାରୀ ଯୋଗ ଦେଇଥିଲେ।ଏହି ଶୋଭାଯାତ୍ରା ସ୍ଥାନୀୟ ବନଖଣ୍ଡ କାର୍ଯ୍ୟଳୟଠାରୁ ବାହାରି କଲେଜ ରୋଡ୍‌ରେ ଡିଆର୍‌ଡିଏ ଦେଇ ଜଗନ୍ନାଥ ମନ୍ଦିର ପରେ ଡିଏଫ୍‌ଓ ଅଫିସ ସମ୍ମୁଖରେ ପହଞ୍ଚିଥିଲା। ଶେଭାଯାତ୍ରାରେ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀଙ୍କ ଫଟୋଚିତ୍ର ପ୍ରଦର୍ଶନ କରା ଯାଇଥିଲା।

Comment