ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୨,୬୯୭ କରୋନା ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୧,୫୭୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୧୨୧ ଜଣ ଚିହ୍ନଟ
  • ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୪୬,୮୩୯କୁ ବୃଦ୍ଧି

ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍‌ପୁଲ୍‌ରୁ ଆଜି ଆଉ ୨,୬୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧,୫୭୬ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧,୧୨୧ଟି ଲୋକାଲ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୨୩୪ ଜଣ, ନୂଆପଡ଼ାରୁ ୧୫୩ ଜଣ, ମୟୂରଭଞ୍ଜରୁ ୧୩୪ ଜଣ, ସୁନ୍ଦରଗଡ଼ରୁ ୧୨୦ ଜଣ, ଯାଜପୁରରୁ ୧୧୮ ଜଣ, ବାଲେଶ୍ଵରରୁ ୧୧୫ ଜଣ ଏବଂ ସମ୍ବଲପୁରରୁ ଓ ଅନୁଗୁଳରୁ ୧୦୭ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୪୬,୮୩୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୧୬,୯୮୪ ଜଣ ସୁସ୍ଥ ହୋଇଥିବା ବେଳେ ୨୮,୮୧୧ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି।

Comment