ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ନୂଆ ବିଲ୍ଡିଂ ଗୁରୁବାର ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଅତିଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନୂଆଦିଲ୍ଲୀରୁ ଭିଡିଓକନ୍‌ଫରେନ୍ସିଂ ମାଧ୍ୟମରେ ବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଉଦ୍‌ଘାଟନ କରିଛନ୍ତି। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଦିଗରେ କେନ୍ଦ୍ର ସରକାର ସମସ୍ତ ଚେଷ୍ଟା କରୁଥିବା ପୋଖରିୟାଲ କହିଛନ୍ତି।

ଉତ୍ସବର ଅନ୍ୟତମ ଅତିଥି ଭାବେ ରାଷ୍ଟ୍ରମନ୍ତ୍ରୀ ସଂଜୟ ଧୋତ୍ରେ, କେନ୍ଦ୍ରୀୟ ଶିକ୍ଷା ସାକ୍ଷରତା ଅଧିକାରୀ ଅନିତା କରୱାଲ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଅଧିକାରୀ ନିଧି ପାଣ୍ଡେ ଏବଂ ସୁମନ୍ତ ଚୋପ୍ରା ପ୍ରମ୍ମୁଖ ଉପସ୍ଥିତ ରହି ଉଦ୍‌ଘାଟନୀ ସମାରୋହକୁ ସ୍ୱାଗତ ଜଣାଇଥିଲେ।ଉତ୍ସବରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ, ସାଂସଦ ପିନାକୀ ମିଶ୍ର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉପସ୍ଥିତ ରହି ଶିକ୍ଷା କ୍ଷେତ୍ରରେ ନୟାଗଡ଼ର ସ୍ୱତନ୍ତ୍ର ପରିଚୟ ରହିଥିବା କହିଥିଲେ। ବିଦ୍ୟାଳୟ ନୂତନ କ୍ୟାମ୍ପସ୍‌ରେ ଆୟୋଜିତ ସମାରୋହରେ ଜିଲ୍ଲାପାଳ ପୋମା ଟୁଡ଼ୁ, ଅଧ୍ୟକ୍ଷ ଏସ୍ ଶ୍ରିନିବାସନ, ସିଡିଏମ୍‌ଓ ଶକ୍ତି ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟା ଅରୁଣା ନାୟକ ପ୍ରମ୍ମୁଖ ମଞ୍ଚାସୀନ ଅତିଥି ରୂପେ ଉପସ୍ଥିତ ଥିଲେ।ନୟାଗଡ଼ ସହର ସୁବର୍ଣ୍ଣଦେଇପୁର ରାସ୍ତା ପାଖରେ ୧୫.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨ ମହଲା ବିଶିଷ୍ଠ କେନ୍ଦ୍ରୀୟ ବିଦ୍ୟାଳୟ ନୂଆ ବିଲ୍ଡିଂରେ ୨୩ଟି ଶ୍ରେଣୀ କକ୍ଷ, ଛାତ୍ରଛାତ୍ରୀଙ୍କ ପାଇଁ ରିଡିଂ ରୁମ୍, ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ୍ ରହିଛି। ବିଞ୍ଜାନ ପରୀକ୍ଷଣଗାର ସାଙ୍ଗକୁ ଆବଶ୍ୟକୀୟ ପ୍ରଶାସନିକ କୋଠରୀ ନିର୍ମିତ ହୋଇଛି। ବିଦ୍ୟାଳୟ ନୂଆ ବିଲ୍ଡିଂ ଉଦ୍‌ଘାଟନକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଖୁସି ବ୍ୟକ୍ତ କରିଛନ୍ତି।

Comment