ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ରେ ବଢ଼ୁଛି କୋଭିଡ୍ ସଂକ୍ରମଣ। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସରକାରୀ ତଥ୍ୟ ଅନୁସାରେ ଆଜି ପୁଣି ୬୫ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଗତ ୪ ଦିନରେ ୬ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ସୂଚନା ମିଳିଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୩୩୬ରେ ପହଞ୍ଚିଛି। ସେହିପରି ଜିଲ୍ଲାରେ କୋଭିଡ୍ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୩୭ ଛୁଇଁଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪, ୮୧୩ ଆରୋଗ୍ୟ ହୋଇଥିବା ସରକାରୀ ସୂଚନାରେ ଦର୍ଶାଯାଇଛି।

୪୮୬ ସକ୍ରିୟ ଆକ୍ରାନ୍ତଙ୍କୁ ଜିଲ୍ଲାର କୋଭିଡ୍ କେୟାର ସେଣ୍ଟର ଓ କୋଭିଡ୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏହିସବୁ କାରଣରୁ ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଥିବା କୁହାଯାଉଛି।

Comment