ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ସାଧାରଣ ଲୋକଙ୍କ ସ୍ଵାର୍ଥ ପାଇଁ ଆଗେଇ ଆସିଛି ଗଣମାଧ୍ୟମ। କରୋନା ମହାମାରୀରେ ଜିଲ୍ଲାରେ ଚିକିତ୍ସା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ନଥିବାରୁ ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି ଜିଲ୍ଲାର ସାମ୍ଵାଦିକ ୟୁନିଅନ୍। ସୋମବାର ଠାରୁ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନବରଙ୍ଗପୁର ସଦର ମହକୁମାରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ୬ ଦଫା ଦାବି ନେଇ ଧାରଣା ଦିଆଯାଇଛି।

ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରି ଚାଲୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି, ଏପରି ସ୍ଥଳେ ଜିଲ୍ଲାରେ କୋଭିଡ ମେଡିକାଲରେ ଗୁରୁତର ରୋଗୀଙ୍କୁ ଦରକାର ପଡୁଥିବା ଭେଣ୍ଟିଲେଟର ଏବଂ ଆମ୍ବୁଲାନ୍ସର ଅଭାବ ଯୋଗୁଁ ରୋଗୀକୁ ବାହାରକୁ ପଠା ଯାଉଛି। ଏପରି ସ୍ଥଳେ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ମୃତ୍ୟୁ ମୁଖରେ ପଡୁଥିବା ଦେଖିବାକୁ ମିଳୁଛି।

ଏଣୁ ନବରଙ୍ଗପୁର କୋଭିଡ ମେଡିକାଲରେ ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ ସହ ଭେଣ୍ଟିଲେଟରର ବ୍ୟବସ୍ଥା ସାଙ୍ଗକୁ ଅବଶ୍ୟକୀୟ ସରଞ୍ଜାମ ଖଞ୍ଜିତ ଆମ୍ବୁଲାନ୍ସ ଶୀଘ୍ର ଯୋଗାଇ ଦେବା ପାଇଁ ନବରଙ୍ଗପୁର ମିଡ଼ିଆ ୟୁନିୟନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଏହାର ସ୍ଥାୟୀ ସମାଧାନ ଆସନ୍ତା ୧୦ ଦିନ ମଧ୍ୟରେ କରିବାକୁ କୁହାଯାଇଥିଲା। ଯଦି ଏହାର ସମାଧାନ ନ ହୁଏ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି।

ତେବେ ଏ ପର୍ଯ୍ୟନ୍ତ ପ୍ରଶାସନ ତରଫରୁ ସନ୍ତୋଷଜନକ ଉତ୍ତର ମିଳିନଥିବା ଯୋଗୁଁ ସୋମବାର ଦିନଠାରୁ ସାମ୍ବାଦିକମାନେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପ୍ରତୀକ ଧାରଣା ଦେଇଛନ୍ତି। ଯେଉଁଦିନ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଦଫା ଦାବି ପୂରଣ ନ ହେଇଛି ସେତେ ଦିନ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ସଭାପତି ସୁଶାନ୍ତ କୁମାର ବେହେରା କହିଛନ୍ତି।ସାମ୍ବାଦିକଙ୍କ ଧାରଣା କୁ ନବରଙ୍ଗପୁର ସମସ୍ତ ଜନସାଧାରଣ ଙ୍କ ସମେତ, ନବରଙ୍ଗପୁର ଜିଲ୍ଲା ଅଦିତ୍ୟବହିନୀ, ନବରଙ୍ଗପୁର ଜିଲ୍ଲା ଅଖିଳ ବିଶ୍ୱ ବ୍ରାହ୍ମଣ ହିନ୍ଦୁତ୍ୱ ଶକ୍ତି ମୋର୍ଚ୍ଚା, ନବରଙ୍ଗପୁର କଂଗ୍ରେସ ଦଳର ଜିଲ୍ଲା ସଭାପତି ମୁନା ତ୍ରିପାଠୀ, ନବରଙ୍ଗପୁର ଜିଲ୍ଲା ଟ୍ରାକ୍ଟର ସଙ୍ଘର ସଭାପତି କାଂହୁ ଦାସ, ବିଜେପି ପକ୍ଷରୁ ଟୁନା ଦାସ, ବିଜେପି ଜିଲ୍ଲା ସଭାପତି ଜଗଦୀଶ ବିଶୋଇ, ଗୌରୀ ମାଝୀ, ମଣ୍ଡଳ ସଭାପତି ପିଣ୍ଟୁ ମିଶ୍ର, ଛାତ୍ର ନେତା ସୁଭମ ଚୌଧୁରୀ, ଓକିଲ ସଂଘ ସମ୍ପାଦକ ସମରେଶ ଗନ୍ତାୟତ, ଆମେ ନବରଙ୍ଗପୁରିୟା ଗ୍ରୁପର ରାମ ସିଂ, ଭିକି ଦାସ, ଶ୍ରୀକାନ୍ତ ପଣ୍ଡା, ନିନିବାବୁ ତ୍ରିପାଠୀ, ମା ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ, କଂଗ୍ରେସ ଜିଲ୍ଲା ଲିଗାଲସେଲ ଅଧକ୍ଷ ରାମ ପ୍ରସାଦ ପାତ୍ର ପ୍ରମୁଖ ଏହି ଧାରଣାକୁ ସମ୍ପୂର୍ଣ ସମର୍ଥନ ଜଣାଇବା ସହ ନବରଙ୍ଗପୁର ଜିଲ୍ଲାର ସ୍ୱାର୍ଥ ଦୃଷ୍ଟିରୁ ଧାରଣାରେ ସାମିଲ ମଧ୍ୟ ହୋଇ ଥଲେ।

Comment