ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ ସଂକ୍ରମଣରେ ନୂଆଗାଁ ବ୍ଲକ ମାଳିସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ ଦାଶଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ପ୍ରଧାନ ଶିକ୍ଷକଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ଶିକ୍ଷକତା ବୃତ୍ତିରେ ସ୍ୱର୍ଗତ ଦାଶଙ୍କ କର୍ତ୍ତବ୍ୟପରାୟଣତା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା। କର୍ମକ୍ଷେତ୍ର ମାଳିସାହିଠାରୁ ଆରମ୍ଭ କରି ଜନ୍ମମାଟି ଖଣ୍ଡୁଗାଁ ଏବଂ ବାସସ୍ଥାନ ନୟାଗଡ଼ ଦେୱାନବନ୍ଧ ତଳ ସାହି ପର୍ଯ୍ୟନ୍ତ ସବୁଠି ତାଙ୍କ ପ୍ରତି ଲୋକଙ୍କର ରହିଥିଲା ଶ୍ରଦ୍ଧା ଓ ସମ୍ମାନ।କରୋନା ଆକ୍ରାନ୍ତ ହେବା ପରେ ସେ ନୟାଗଡ଼ ସହରରେ ଥିବା କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ତାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି।

Comment