ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଲଞ୍ଚ୍ ହୋଇଛି ଭିଭୋର ନୂଆ ସ୍ମାର୍ଟଫୋନ୍ Vivo V20। ଏବେ ଏହି ଫୋନ୍‌ର କ୍ୟାମେରା ଓ ଡିଜାଇନ୍‌କୁ ନେଇ ଚର୍ଚ୍ଚା ହେଉଛି। ଏହି ଫୋନ୍‌ରେ ୪୪ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ସବୁଠୁ ଖାସ୍ କଥା ହେଉଛି ଏହି ଫ୍ରଣ୍ଟ କ୍ୟାମେରାରେ ୪କେ ଭିଡିଓ ରେକର୍ଡ କରିବାର ସୁବିଧା ମିଳୁଛି। ତେବେ ଜାଣନ୍ତୁ ଏହି ଫୋନ୍‌ର ଫିଚର ଓ ଦାମ୍ ବିଷୟରେ…

ଫିଚର

Vivo V20 ସ୍ମାର୍ଟଫୋନ୍‌ରେ ୬.୪୪ ଇଞ୍ଚ୍‌ର ଫୁଲ୍ ଏଚ୍‌ଡି ପ୍ଲସ୍ ସୁପର ଆମୋଲେଡ ଡିସ୍‌ପ୍ଲେ ଦିଆଯାଇଛି। ଏହା ସହିତ ଏଚ୍‌ଡିଆର୍ ସପୋର୍ଟ ମଧ୍ୟ ମିଳୁଛି। ଏହା ମିଡ୍‌ନାଇଟ୍ ଜାଜ୍, ସନସେଟ୍ ମେଲୋଡି ଓ ମୁନଲାଇଟ୍ ସୋନାଟା କଲରରେ ଉପଲବ୍ଧ ହେଉଛି। ଏହି ଫୋନ୍ ପ୍ରାୟ ୭.୩୮ ମିଲିମିଟର ପତଳା ଏବଂ ଏହାର ଓଜନ ହେଉଛି ୧୭୧ ଗ୍ରାମ।ଫୋନ୍‌ର ଡିସ୍‌ପ୍ଲେରେ ୨.୫ଡି ବକ୍ର ଗ୍ଲାସ୍ ରହିଛି। ଏହି ଫୋନ୍‌ରେ କ୍ଵାଲକମ୍‌ର ସ୍ନାପଡ୍ରାଗନ୍ ୭୨୦ଜି ପ୍ରୋସେସର ଅଛି, ଯାହାକୁ ୮ ନାନୋମିଟର ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଇଛି। ଭିଭୋର ଏହି ଫୋନ୍‌ରେ ୮ ଜିବି ରାମ୍ ଓ ୨୫୬ ଜିବି ଷ୍ଟୋରେଜ୍ ମିଳୁଛି। Vivo V20କୁ ଆଣ୍ଡ୍ରଏଡ୍ ୧୧ ଆଧାରିତ Funtouch OS 11 ସହିତ ଲଞ୍ଚ୍ କରାଯାଇଛି। ପିକ୍ସେଲ ପରେ ଏହା ହେଉଛି ପ୍ରଥମ ଫୋନ୍ ଯେଉଁଥିରେ ଆଉଟ୍ ଅଫ୍ ବକ୍ସ ଆଣ୍ଡ୍ରଏଡ୍ ୧୧ ମିଳୁଛି।

କ୍ୟାମେରା

ଏହି ଫୋନ୍‌ରେ ୬୪ ମେଗାପିକ୍ସେଲର ଟ୍ରିପଲ ରିୟର କ୍ୟାମେରା ସେଟ୍‌ଅପ୍ ଦିଆଯାଇଛି। ପ୍ରାଇମେରି କ୍ୟାମେରା ୬୪MPରେ ଆସୁଛି। ଦ୍ଵିତୀୟ କ୍ୟାମେରାଟି ୮MPରେ ମିଳୁଛି। ଏହା ସହିତ ସୁପର ଓ୍ଵାଇଡ ଆଙ୍ଗେଲ ଓ ସୁପର ମାକ୍ରୋ ସପୋର୍ଟ ରହିଛି। ତୃତୀୟ ଲେନ୍ସଟି ୨MPର ମୋନୋ କ୍ୟାମେରା। ସେଲ୍‌ଫି ପାଇଁ ଏହି ଫୋନ୍‌ରେ ୪୪MPର ଫ୍ରଣ୍ଟ କ୍ୟାମେରା ଦିଆଯାଉଛି।

ଉଭୟ ରିୟର ଓ ଫ୍ରଣ୍ଟ କ୍ୟାମେରାରେ ୪କେ ଭିଡିଓ ରେକର୍ଡିଂ ସପୋର୍ଟ ରହିଛି। ଏହାଛଡ଼ା ଫ୍ରଣ୍ଟ କ୍ୟାମେରାରେ ଅଟୋ ଆଇଫୋକସ୍ ଓ ଡୁଆଲ ମୋଡ୍ ବି ଦିଆଯାଇଛି। ଡୁଆଲ ମୋଡ୍ ସାହାଯ୍ୟରେ ଆପଣ ରିୟର ଓ ଫ୍ରଣ୍ଟ କ୍ୟାମେରା ସାହାଯ୍ୟରେ ଏକା ସାଙ୍ଗେ ଭିଡିଓ ରେକର୍ଡିଂ କରିପାରିବେ।ବ୍ୟାଟେରି ଓ କନେକ୍ଟିଭିଟି

Vivo V20ରେ ୪,୦୦୦mAhର ବ୍ୟାଟେରି ମିଳୁଛି। ଏହା ସହିତ ୩୩ ଓ୍ଵାଟ୍‌ର ଫ୍ଲାସ୍ ଚାର୍ଜିଂ ସପୋର୍ଟ ମିଳୁଛି। ଏହି ଚାର୍ଜର ସାହାଯ୍ୟରେ ଫୋନ୍ ବ୍ୟାଟେରି ୩୦ ମିନିଟ୍‌ରେ ୬୪ ପ୍ରତିଶତ ଚାର୍ଜ ହୋଇଯିବ। ଖେଳପ୍ରେମୀଙ୍କ ପାଇଁ ଏହି ଫୋନ୍‌ରେ ଅଲଟ୍ରା ଗେମ୍ ମୋଡ୍ ବି ମିଳିବ। ଏହି ଫୋନ୍‌ର ବଡି ଗ୍ଲାସ୍‌ରେ ନିର୍ମିତ ଏବଂ ଏଥିରେ ଆଣ୍ଟି ଫିଙ୍ଗରପ୍ରିଣ୍ଟ କୋଟିଙ୍ଗ୍ ରହିଛି।

ଏହାଦ୍ଵାରା ଫୋନ୍‌ର ବ୍ୟାକ୍ ପ୍ୟାନେଲରେ ଅଙ୍ଗୁଳି ଛାପ ରହିବ ନାହିଁ। ଏଥିରେ ଦୁଇଟି ସିମ୍ ସହ ଗୋଟିଏ ମେମୋରି କାର୍ଡ ବ୍ୟବହାର କରିହେବ। Vivo V20ରେ ଇନ୍-ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର, ଓ୍ଵାଇ-ଫାଇ, ବ୍ଲୁଟୁଥ୍ ୫.୧, ଜିପିଏସ୍, ଗାଲିଲିଓ, ବାଇଡୁ, ନାବିକ ଓ ଟାଇପ୍-ସି ଚାର୍ଜିଂ ପୋର୍ଟ ରହିଛି।ଦାମ୍

Vivo V20ର ୮ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ଭେରିଏଣ୍ଟର ମୂଲ୍ୟ ରହିଛି ୨୪,୯୯୦ ଟଙ୍କା। ସେହିପରି ୮ ଜିବି ରାମ୍ ଓ ୨୫୬ ଜିବି ଷ୍ଟୋରେଜ୍ ଭେରିଏଣ୍ଟର ମୂଲ୍ୟ ରହିଛି ୨୭,୯୯୦ ଟଙ୍କା। ଏହି ଫୋନ୍ ଆସନ୍ତା ୨୦ ଅକ୍ଟୋବରରୁ ବିକ୍ରି ହେବ।

Comment