ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୨,୬୦୪ ନୂଆ ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୧,୫୧୧ ଜଣ, ୧,୦୯୩ଟି ଲୋକାଲ୍ କେସ୍
  • ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୯,୫୪୧କୁ ବୃଦ୍ଧି
  • ଆଖି ବୁଜିଲେ ଆଉ ୧୫ ଆକ୍ରାନ୍ତ
  • ମୋଟ ମୃତ୍ୟୁସଂଖ୍ୟା ୧,୦୭୨କୁ ବୃଦ୍ଧି

ରାଜ୍ୟରେ ଆଜି ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଚିହ୍ନଟ ହୋଇଛନ୍ତି ୨,୬୦୪ ନୂଆ ପଜିଟିଭ୍। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୧,୫୧୧ ଜଣ ଥିବା ବେଳେ ୧,୦୯୩ଟି ଲୋକାଲ୍ କେସ୍ ରହିଛି। ସେହିପରି ଆଜି ରାଜ୍ୟରେ ୧୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୨୧୬ ଜଣ, କଟକରୁ ୨୦୯ ଜଣ, ସୁନ୍ଦରଗଡ଼ରୁ ୧୮୬ ଜଣ, ବାଲେଶ୍ଵରରୁ ୧୬୪ ଜଣ, ମୟୂରଭଞ୍ଜରୁ ୧୨୨ ଜଣ, ଯାଜପୁରରୁ ୧୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୯,୫୪୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୩୨,୯୮୮ ଜଣ ସୁସ୍ଥ ହୋଇଥିବା ବେଳେ ୨୫,୪୨୮ ଜଣ ସକ୍ରିୟ ରୋଗୀ ଅଛନ୍ତି।ସେହିପରି ଆଜି ୧୫ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୦୭୨ରେ ପହଞ୍ଚିଛି।

Comment