ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନି ସାଓମି ଆଜି ଭାରତରେ ଏମ୍‌ଆଇ(Mi) ସିରିଜ୍‌ର ଦୁଇଟି ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍ କରିଛି। ଏହି ଦୁଇ ଫୋନ୍‌ର ନାଁ ହେଉଛି Mi 10T ଓ Mi 10T Pro। ଏହି ଫୋନ୍‌ରେ ୫ଜି ସପୋର୍ଟ ସହ ବଡ଼ ବ୍ୟାଟେରି ଉପଲବ୍ଧ ହେଉଛି। ଏହା ସହ ଆହୁରି ଅନେକ ଆକର୍ଷଣୀୟ ଫିଚର ମଧ୍ୟ ମିଳୁଛି। ତେବେ ଜାଣନ୍ତୁ ଏହି ଦୁଇ ଫୋନ୍‌ର ଫିଚର ଓ ଦାମ୍ ବିଷୟରେ…

Mi 10T Proର ଫିଚର

ଏହି ଫୋନ୍‌ରେ ଡୁଆଲ ସିମ୍ ସପୋର୍ଟ ସହିତ MIUI ୧୨ ଦିଆଯାଇଛି, ଯାହାକି ଆଣ୍ଡ୍ରଏଡ୍ ୧୦ ଉପରେ ଆଧାରିତ। ଏହା ଛଡ଼ା ଏଥିରେ ୬.୬୭ ଇଞ୍ଚ୍‌ର ଫୁଲ୍ ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ରହିଛି, ଯାହାର ରିଜୋଲ୍ୟୁସନ ହେଉଛି ୧୦୮୦*୨୪୦୦ ପିକ୍ସେଲ। ଡିସ୍‌ପ୍ଲେର ରିଫ୍ରେସ୍ ରେଟ୍ ୧୪୪Hz ଅଛି। Mi 10T Proରେ କ୍ଵାଲକମ୍ ସ୍ନାପ୍‌ଡ୍ରାଗନ୍ ୮୬୫ ପ୍ରୋସେସର, ୮ଜିବି ରାମ୍ ଓ ୨୫୬ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ମିଳୁଛି। ଏହା ଅରୋରା ବ୍ଲୁ, କସ୍ମିକ୍ ବ୍ଲାକ୍ ଓ ଲୁନାର ସିଲ୍‌ଭର କଲରରେ ଉପଲବ୍ଧ ହେଉଛି।Mi 10T Proର କ୍ୟାମେରା

Mi 10T Proରେ ତିନୋଟି ରିୟର କ୍ୟାମେରା ରହିଛି। ଏହାର ମୁଖ୍ୟ କ୍ୟାମେରାରେ ୧୦୮ ମେଗାପିକ୍ସେଲର ଲେନ୍ସ ମିଳୁଛି। ଏହା ସହିତ ଅପ୍ଟିକାଲ ଇମେଜ୍ ଷ୍ଟାବିଲାଇଜେସନ୍ ବି ମିଳୁଛି। ଦ୍ଵିତୀୟ କ୍ୟାମେରା ହେଉଛି ୧୩ ମେଗାପିକ୍ସେଲର ଅଲ୍‌ଟ୍ରା ଓ୍ଵାଇଡ୍ ଆଙ୍ଗେଲ ଲେନ୍ସ ଓ ତୃତୀୟ କ୍ୟାମେରାଟି ୫ ମେଗାପିକ୍ସେଲର ମାକ୍ରୋ ଲେନ୍ସ। ସେଲ୍ଫି ପାଇଁ ଏହି ଫୋନ୍‌ରେ ୨୦ ମେଗାପିକ୍ସେଲର ଲେନ୍ସ ଦିଆଯାଇଛି।

Mi 10T Proର ବ୍ୟାଟେରି

ଏହି ଫୋନ୍‌ରେ ୫,୦୦୦mAhର ବ୍ୟାଟେରି ରହିଛି। ଏଥିସହ ୩୩ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳୁଛି। ଏହା ଛଡ଼ା ଏଥିରେ ୫ଜି, ୪ଜି LTE, ଓ୍ଵାଇ-ଫାଇ ୬, ବ୍ଲୁଟୁଥ୍ ୫.୧, ଜିପିଏସ୍/ଏ-ଜିପିଏସ୍, ଏନ୍‌ଏଫ୍‌ସି ଓ ୟୁଏସ୍‌ବି ଟାଇପ୍-ସି ଚାର୍ଜିଂ ପୋର୍ଟ ଦିଆଯାଇଛି। Mi 10T Proର ପାଓ୍ଵାର ବଟନରେ ଫିଙ୍ଗରପ୍ରିଣ୍ଟ ସେନ୍ସର ମିଳୁଛି।

Mi 10T Proର ଦାମ୍

ଏହି ଫୋନ୍‌ର ୮ ଜିବି ରାମ୍ ଓ ୧୨୮ ଜିବି ମଡେଲର ମୂଲ୍ୟ ରହିଛି ୩୯,୯୯୯ ଟଙ୍କା। ଖାସ୍ କଥା ହେଉଛି ଫ୍ଲିପ୍‌କାର୍ଟ ବିଗ୍ ବିଲିୟନ୍ ଡେଜ୍ ସେଲ୍‌ରେ ଏହି ଫୋନ୍ ସହିତ ୩,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ମିଳିବ।

Mi 10Tର ଫିଚର

Mi 10Tରେ ମଧ୍ୟ ଆଣ୍ଡ୍ରଏଡ୍ ୧୦ ଆଧାରିତ MIUI ୧୨ ରହିଛି। ଏହା ଛଡ଼ା ଏହି ଫୋନ୍‌ରେ ୬.୬୭ ଇଞ୍ଚ୍‌ର ଫୁଲ୍ ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ଦିଆଯାଇଛି, ଯାହାର ରିଫ୍ରେସ୍ ରେଟ୍ ୧୪୪Hz ଅଛି। ଏଥିରେ ସ୍ନାପ୍‌ଡ୍ରାଗନ୍ ୮୬୫ ପ୍ରୋସେସର, ୮ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ମିଳୁଛି। ସେହିପରି ୬ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍‌ରେ ଆଉ ଏକ ମଡେଲ ମଧ୍ୟ ମିଳୁଛି। Mi 10T ଫୋନ୍ କସ୍ମିକ୍ ବ୍ଲାକ୍ ଓ ଲୁନାର ସିଲ୍‌ଭର କଲରରେ ଉପଲବ୍ଧ ହେଉଛି।Mi 10Tର କ୍ୟାମେରା

ଏହି ଫୋନ୍‌ରେ ଟ୍ରିପଲ ରିୟର କ୍ୟାମେରା ରହିଛି। ୬୪ ମେଗାପିକ୍ସେଲର ପ୍ରାଇମେରି ଲେନ୍ସ ରହିଛି। ସେହିପରି ଦ୍ଵିତୀୟ ଲେନ୍ସଟି ୧୩ ମେଗାପିକ୍ସେଲ ଓ ତୃତୀୟ ଲେନ୍ସଟି ୪ ମେଗାପିକ୍ସେଲରେ ଉପଲବ୍ଧ ହେଉଛି। ସେଲ୍ଫି ପାଇଁ ଏଥିରେ ୨୦ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମିଳୁଛି।

Mi 10Tର ବ୍ୟାଟେରି

Mi 10Tରେ ୫,୦୦୦mAhର ବ୍ୟାଟେରି ରହିଛି। ଏଥିସହ ୩୩ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳୁଛି। ଏହା ଛଡ଼ା ଏଥିରେ ୫ଜି, ୪ଜି LTE, ଓ୍ଵାଇ-ଫାଇ ୬, ବ୍ଲୁଟୁଥ୍ ୫.୧, ଜିପିଏସ୍/ଏ-ଜିପିଏସ୍, ଏନ୍‌ଏଫ୍‌ସି ଓ ୟୁଏସ୍‌ବି ଟାଇପ୍-ସି ଚାର୍ଜିଂ ପୋର୍ଟ ଦିଆଯାଇଛି। Mi 10T Proର ପାଓ୍ଵାର ବଟନରେ ଫିଙ୍ଗରପ୍ରିଣ୍ଟ ସେନ୍ସର ମିଳୁଛି।Mi 10Tର ଦାମ୍

ଏହି ଫୋନ୍‌ର ୬ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍‌ ମଡେଲର ମୂଲ୍ୟ ରହିଛି ୩୫,୯୯୯ ଟଙ୍କା। ସେହିପରି ୮ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍‌ ମଡେଲ ୩୭,୯୯୯ ଟଙ୍କାରେ ଉପଲବ୍ଧ ହେଉଛି।

Comment