ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ୭୫ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପଦରେ ରହି ସେ ନିଜ ଲୋକପ୍ରିୟତାକୁ ପ୍ରମାଣ କରିଛନ୍ତି। ନବୀନଙ୍କୁ ନେଇ ଏମିତି କିଛି ଅଜଣା କଥା ଅଛି ଯାହା ଆପଣ ଜାଣିନଥିବେ। ଆସନ୍ତୁ ଜାଣିବା ନବୀନଙ୍କ ବିଷୟରେ ଥିବା କିଛି ଅଜଣା କଥା।

ନବୀନ ନିଜ ସ୍ୱାସ୍ଥ୍ୟକୁ ନେଇ ବେଶ୍ ସଚେତନ। ସେ ପ୍ରତିଦିନ ସକାଳୁ ଉଠିବା ପରେ ଅମୃତଭଣ୍ଡା ଜୁସ୍ ପିଇଥା’ନ୍ତି।ଆପଣ ଜାଣିଛନ୍ତି କି, ନବୀନଙ୍କର କୌଣସି ବ୍ୟକ୍ତିଗତ ଫୋନ ନମ୍ବର ନାହିଁ। ସେ ନିଜେ କୌଣସି ପ୍ରକାରର ଫୋନ୍ ବ୍ୟବହାର କରିନଥା’ନ୍ତି।

ନବୀନଙ୍କ ଡାକ ନାଁ ପପୁ ବୋଲି ବହୁତ କମ୍ ଲୋକ ଜାଣିଥିବେ। ତାଙ୍କ ବନ୍ଧୁମାନଙ୍କ ଗହଣରେ ସେ ପପୁ ନାମରେ ବେଶ୍ ପରିଚିତ।

ସେ ଭେଣ୍ଡିରେ ତିଆରି ଭିନ୍ନ ଭିନ୍ନ ଖାଦ୍ୟ ଖାଇବାକୁ ପସନ୍ଦ କରିଥା’ନ୍ତି। ସେ ଚିକେନ୍ ସହ ସସ୍ ମିଶାଇ ଖାଇବାକୁ ବେଶ୍‌ ଭଲପାଇଥାନ୍ତି।

ବାଲୁକା କଳାରେ ମୁଖ୍ୟମନ୍ତ୍ରୀଙ୍କୁ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା

ସବୁବେଳେ ଧଳାରଙ୍ଗର କୁର୍ତ୍ତା ପିନ୍ଧିବାକୁ ପସନ୍ଦ କରନ୍ତି। ଏହାସହ ସେ କେବଳ ପାରାଗନ କମ୍ପାନିର ଚପଲ ପିନ୍ଧିବାକୁ ପସନ୍ଦ କରିଥା’ନ୍ତି। ସେ ଅନ୍ୟ କେଉଁ କମ୍ପାନିର ଚପଲ ପିନ୍ଧିନଥାନ୍ତି।

Comment